25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆରମ୍ଭ ହେଲା ଯୁଦ୍ଧ ! ଲେବାନନ୍‌‌ ସୀମାରେ ପଶିଲା ଇସ୍ରାଏଲ ସେନା

ଆରମ୍ଭ ହେଲା ଯୁଦ୍ଧ ! ଲେବାନନ୍‌‌ ସୀମାରେ ପଶିଲା ଇସ୍ରାଏଲ ସେନା

ନୂଆଦିଲ୍ଲୀ : ଲେବାନନ୍‌‌ ସୀମାରେ ପଶିଲା ଇସ୍ରାଏଲ ସେନା । ଲେବାନନରେ ଥିବା ହେଜବୋଲ୍ଲାକୁ ନିପାତ କରିବା ପାଇଁ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଲେବାନନରେ ପ୍ରବେଶ କରି ସ୍ଥଳସେନାରେ ଅପରେସନ ଆରମ୍ଭ କରିଛି। ସ୍ଥଳପଥରେ ସିଧାସଳଖ ଯୁଦ୍ଧ ପାଇଁ ଇସ୍ରାଏଲ ରାଷ୍ଟ୍ରପତିଙ୍କ ଆହ୍ୱାନକୁ ସ୍ୱୀକାର କରିଛି ହେଜବୋଲ୍ଲା। ସୂଚନାଯୋଗ୍ୟ ଇସ୍ରାଏଲ ହେଜବୋଲ୍ଲା ମୁଖ୍ୟ ହାସନ ନସରୁଲ୍ଲାଙ୍କୁ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ହେଜବୋଲ୍ଲାକୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଲେବାନନରେ ପ୍ରବେଶ କରିଛି। ଆଇଡିଏଫ ଯବାନମାନେ ଦକ୍ଷିଣ ଲେବାନନରେ ପ୍ରବେଶ କରିବା ପରେ ହେଜବୋଲ୍ଲା ଠିକଣାକୁ ଟାର୍ଗେଟ କରିଥିବା ଇସ୍ରାଏଲ ସେନା ପକ୍ଷରୁ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking