29.1 C
Bhubaneswar
Wednesday, September 30, 2026
Homeଓଡିଶାରାଜ୍ୟର ଜମି ସରକାରଙ୍କ ହେଲା ନାହିଁ, ସାଧାରଣ ଜନତାଙ୍କ କଣ ହେବ : ଭକ୍ତ

ରାଜ୍ୟର ଜମି ସରକାରଙ୍କ ହେଲା ନାହିଁ, ସାଧାରଣ ଜନତାଙ୍କ କଣ ହେବ : ଭକ୍ତ

8 ଅକ୍ଟୋବର ବନ୍ଦ ଦିନ ହଜାର ହଜାର ଲୋକ ଜେଲ ଯିବା ପାଇଁ ପ୍ରସ୍ତୁତ ହୋଇ ରାଜରାସ୍ତାକୁ ଆସିବେ

ଭୁବନେଶ୍ୱର: କଂଗ୍ରେସ ଭବନଠାରେ ଇଣ୍ଡିଆ ମେଣ୍ଟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ସରିବା ପରେ ମେଣ୍ଟ ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତି ପ୍ରଦାନ କରିଥିଲେ l ସଭାପତି ଶ୍ରୀ ଦାସ କହିଥିଲେ, ଆଜି କଂଗ୍ରେସ ଭବନଠାରେ ଇଣ୍ଡିଆ ମେଣ୍ଟର ସମସ୍ତ ଦଳର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ନିଷ୍ପତି ନିଆଗଲା ଆସନ୍ତା 8 ତାରିଖ ଅକ୍ଟୋବରରେ ଓଡିଶା ବନ୍ଦ ରହିବ l ପାଠ୍ୟପୁସ୍ତକ ତ୍ରୁଟି ପାଇଁ ବିଗତ ମାସରେ ଅନେକ ରାଜନୈତିକ ଦଳ ସାମଜିକ ସଂଗଠନ ଆଦି ଶିକ୍ଷlମନ୍ତ୍ରୀଙ୍କ ଇସ୍ତଫା ପାଇଁ ଆନ୍ଦୋଳନ ଚଳାଇ ଆସିଥିଲେ କିନ୍ତୁ ସରକାର ଜନସାଧାରଣଙ୍କ ଭାବନା ବିଚାର କଲେ ନାହିଁ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଲେ ନାହିଁ l ଦ୍ୱତୀୟ ପ୍ରସଙ୍ଗ ଭୂମିଉପରେ ସରକାରଙ୍କ ଅଧିକାର ରହିଲା ନାହିଁ, ଲୋକଙ୍କ ଅଧିକାର କଣ ରହିବ l

ବିଜେପି ସରକାର ଆସିଲା ପରେ ଖଣିରୁ ମିଳିଥୁବା 12/17 ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିଲା ଏହା ସହ ବକେୟା 1ଲକ୍ଷ କୋଟି ଟଙ୍କା ମଧ୍ୟ ମିଳିଲା ନାହିଁ l ବର୍ତ୍ତମାନ ରାଜ୍ୟର ଭାଗ୍ୟ କେନ୍ଦ୍ର ନିର୍ଧାରଣ କରିବ l ଏହି ଅନ୍ୟାୟ ପାଇଁ ଓଡିଶା କେବେ ପ୍ରଗତି ପଥରେ ଯାଇ ପାରିବନାହିଁ l ସାମ୍ବିଧାନିକ ପାଦରେ ଅଧିଷ୍ଠିତ ନିର୍ବାଚନ କମିଶନ ବିଜେପିର ହାତବାରିସୀ ହୋଇ SIR ଜରିଆରେ 15 କୋଟିରୁ ଉର୍ଦ୍ଧ ଭୋଟରଙ୍କ ନାମ କାଟିବା ଗଣତନ୍ତ୍ରର ଖୋଲାଖୋଲି ଉଲ୍ଲଙ୍ଘନ l ମାନନୀୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ଠାରେ ନିଜର ବିରୋଧ ପ୍ରଦର୍ଶନ କରି ଆସୁଥିଲେ ସୁଦ୍ଧା ଏହାକୁ କମିସନ କର୍ଣ୍ଣପାତ କରୁନଥିଲା କିନ୍ତୁ ଏବେ ଅନ୍ୟ ଦୁଇଜଣ କମିସନର ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ସତ୍ୟ ପ୍ରମାଣିତ କଲେ l ନିର୍ବାଚନ କମିସନଙ୍କ କୌଣସି ନିଷ୍ପତି ସାମୁହିକ ଭାବେ ନିଆଯାଇ ନାହିଁ l 14 ଥର ଲେଖି ଜଣାଇଥିଲେ ସୁଦ୍ଧା ଜ୍ଞାନେଶ କୁମାର ଭୃକ୍ଷେପ କରିନାହାନ୍ତି l ତେଣୁ ଆଜି ଇଣ୍ଡିଆନ ମେଣ୍ଟ ନିଷ୍ପତି ନେଇଛି ଏହି ତିନୋଟି ମୁଖ୍ୟ ଘଟଣାକୁ ନେଇ ଅକ୍ଟୋବର 8 ତାରିଖ ଦିନ ଓଡିଶା ବନ୍ଦ ରହିବ ଏବଂ ଏହି ବନ୍ଦ ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ବନ୍ଦ ହେବ l ଆମେ ଓଡିଶାର ସମସ୍ତ ଜନସାଧାରଣ, କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, କର୍ମଚାରୀ ସଙ୍ଘ, ସମସ୍ତ ସାମାଜିକ ସଂଗଠନଙ୍କୁ ଓଡିଶାର ସ୍ୱାର୍ଥ ପାଇଁ ଏହି ଶାନ୍ତିପୁର୍ଣ ବନ୍ଦକୁ ସମର୍ଥନ ଦେବେ ବୋଲି ମୁଁ ଇଣ୍ଡିଆନ ମେଣ୍ଟ ତରଫରୁ ନିବେଦନ କରୁଛି l ଏହି ଆନ୍ଦୋଳନ ପୁରପଲ୍ଲୀ, ବ୍ଲକ ସହର ସବୁଠାରେ ହେବ l

ଆନ୍ଦୋଳନ ଦିନ ହଜାର ହଜାର ଲୋକ ଜେଲ ଯିବା ପାଇଁ ପ୍ରସ୍ତୁତ ହୋଇ ରାଜରାସ୍ତାକୁ ଆସିବେ l ଯଦି ସରକାର ଉଚିତ ମନେ କରୁଛନ୍ତି ତେବେ ଏହି ତିନି ଦାବି ଗ୍ରହଣ କରି କାର୍ଯ୍ୟ କରନ୍ତୁ l ଆଜି ସର୍ବ ଭାରତୀୟ ସ୍ତରରେ ଇଣ୍ଡିଆ ମେଣ୍ଟର ବୈଠକ ଅଛି ତାହାର ନିଷ୍ପତି ସାଥିରେ ଆମେ ରହିବୁ l ବିଜେଡି ନିଜର ସ୍ୱାଧୀନ ପକ୍ଷ ରଖିଛି ସେମାନେ ବନ୍ଦକୁ ସମର୍ଥନ କରି ପାରନ୍ତି କିମ୍ବା କରିବେ ନାହିଁ, ସେ ବିଷୟରେ ମୋର କହିବା ଉଚିତ ହେବ ନାହିଁ ବୋଲି ଶ୍ରୀ ଦାସ ପ୍ରେସ ବିବୃତ୍ତିରେ କହିଛନ୍ତି l କଂଗ୍ରେସ ଭବନଠାରେ ଆୟୋଜିତ ଇଣ୍ଡିଆ ମେଣ୍ଟର ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍) ଲିବରେସନ୍‌ ରାଜ୍ୟ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍‌ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍‌ସିପି–ଶରଦ ପାୱାର ରାଜ୍ୟ ସଭାପତି ଶ୍ରୀ ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ ଯାଦବ ଏବଂ ଆର୍‌ଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ଯୋଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking