28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମଦ ମାଫିଆଙ୍କ ଆତଙ୍କରାଜ: କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ କଲେ ହତ୍ୟା

ମଦ ମାଫିଆଙ୍କ ଆତଙ୍କରାଜ: କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ କଲେ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ । ପୁଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ । ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି । କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୁଲିସ । ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କ ଉପରେ କାର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ। ସେ ନାଇଟ୍‌ ଡ୍ୟୁଟିରେ ଥିଲେ । ତାଙ୍କୁ ଆଜି ଭୋରୁ ୩ଟା ବେଳେ ଏକ ମଦ ସପ୍ଲାଏ କାର୍‌ ଆସୁଥିବା ନେଇ ଖବର ମିଳିଥିଲା । ଏହାପରେ ସେ ଚଢ଼ାଉ ପାଇଁ ଯାଇଥିଲେ ।

ଏତିକି ବେଳେ ମଦ ଯୋଗାଣକାରୀଙ୍କ କାରକୁ ଅଟକାଇବା ପାଇଁ ସେ ସଙ୍କେତ ଦେଇଥିଲେ । କିନ୍ତୁ କାରରେ ବସିଥିବା ବ୍ୟକ୍ତି ଜଣକ ଅଟକି ନଥିଲେ । କନଷ୍ଟେବଳଙ୍କୁ କାର୍‌ରେ ଧକ୍କା ଦେଇ ଦଳି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସନ୍ଦୀପଙ୍କ ମୃତ୍ୟୁ ହୋଇଛି । ସେପଟେ ପୁଲିସ ମଦ ସପ୍ଲାଏର୍‌ କାର୍‌କୁ ଜବତ କରିଛି । ତେବେ ଉକ୍ତ କାର୍‌ରୁ କୌଣସି ମଦ ଉଦ୍ଧାର କରାଯାଇଛି । ସେପଟେ କନଷ୍ଟେବଳଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ କାର୍‌ ଛାଡ଼ି ଡ୍ରାଇଭର ଫେରର ହୋଇଯାଇଛି । ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking