30.1 C
Bhubaneswar
Sunday, September 29, 2024
Homeଖେଳ୫୦୦୦ ମି.ରେ ଗୁଲବୀରଙ୍କ ନୂଆ ଜାତୀୟ ରେକର୍ଡ

୫୦୦୦ ମି.ରେ ଗୁଲବୀରଙ୍କ ନୂଆ ଜାତୀୟ ରେକର୍ଡ

ନୂଆଦିଲ୍ଲୀ: ଜାପାନର ନିଗାତାରେ ଚାଲିଥିବା ୱାର୍ଲ୍ଡ ଆଥ୍‌ଲେଟିକ୍ କଣ୍ଟିନେଣ୍ଟାଲ୍ ଟୁର୍‌ରେ ଗୁଲବୀର ସିଂହ ୧୩: ୧୧.୮୨ ସେକେଣ୍ଡ୍ ସମୟରେ ନେଇ ପୁରୁଷ ୫୦୦୦ ମିଟର ଇଭେଣ୍ଟ୍‌ରେ ନିଜ ବ୍ୟକ୍ତିଗତ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଚଳିତ ବର୍ଷ ଜୁନ୍‌ରେ ୨୦୨ ପୋର୍ଟଲାଣ୍ଡ୍ ଟ୍ରାକ୍ ଫେଷ୍ଟିଭାଲ୍‌ରେ ଗୁଲ୍‌ବୀର ୧୩:୧୮.୯୨ ସମୟ ସୟ ଅବିନାଶ ସାବ୍‌ଲେଙ୍କ ରେକର୍ଡ ଭଙ୍ଗ କରିଥିଲେ। ଅବିନାଶ୍ ସାବ୍‌ଲେ ୨୦୨୩ରେ ଲସ୍ ଆଲେଞ୍ଜଲ୍ସ ଟ୍ରାକ୍ ଫେଷ୍ଟ୍‌ରେ ୧୩:୧୯.୩୦ ସେକେଣ୍ଡ୍ ସମୟ ସହ ଏହି ରେକର୍ଡ ସ୍ଥାପନ କରିଥିଲେ।

୨୬ ବର୍ଷୀୟ ଗୁଲ୍‌ବୀର୍ ଚଳିତ ବର୍ଷ ମାର୍ଚ୍ଚରେ କାଲିଫର୍ଣ୍ଣିଆରେ ଆୟୋଜିତ ଟେନ୍ ଟ୍ରାକ୍ ମିଟ୍‌ରେ ପୁରୁଷ ୧୦ ହଜାର ମିଟର ରେକର୍ଡ ଭଙ୍ଗ କରିଥିଲେ। ୨୭:୪୧.୮୧ ସେକେଣ୍ଡ୍ ସମୟ ସହ ଭାରତୀୟ ପୁରୁଷ ଟ୍ରାକ୍ ଆଣ୍ଡ୍ ଫିଲ୍ଡର ଦ୍ୱିତୀୟ ସର୍ବପୁରାତନ ରେକର୍ଡ ଭଙ୍ଗ କରିଥିଲେ। ପ୍ରାୟ ୧୬ ବର୍ଷ ତଳେ ୨୦୦୮ରେ ସୁରେନ୍ଦର ସିଂହ (୨୮:୦୨.୮୯) ଏହି ରେକର୍ଡ ସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking