28.1 C
Bhubaneswar
Saturday, September 28, 2024
Homeଓଡିଶାଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ

ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ

ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଭୁବନେଶ୍ୱର : ବିଶ୍ୱରେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ । ଭାରତ ଶାନ୍ତିର ଦୂତ । ଶାନ୍ତି ଓ ମୈତ୍ରୀ ଭାବକୁ ପାଥେୟ କରି ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ ଆମ ଦେଶ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ (ଆଇଆଇଟିଟିଏମ୍‌), ଗ୍ୱାଲିୟରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍‌.କେ. ଲେଙ୍କା କହିଥିଲେ ଯେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ ।
ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ପ୍ରସଙ୍ଗ ରହିଛି ‘ପର୍ଯ୍ୟଟନ ଓ ଶାନ୍ତି’ । ଏହି ପରିପ୍ରେକ୍ଷୀରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପୋଷ୍ଟର, ବକ୍ତୃତା ଓ ରଚନା ପ୍ରତିଯୋଗିତାକୁ ସ୍ୱାଗତ କରିଥିଲେ ପ୍ରଫେସର ଲେଙ୍କା ।
ଏହି ଅବସରରେ ପିପୁଲ୍ ଗ୍ରୁପ୍ ଅଫ୍ ହୋଟେଲ୍ସର ସିଇଓ ଶ୍ରୀ ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପର୍ଯ୍ୟଟନର ସୀମା ବେଶ ପରିବ୍ୟାପ୍ତ । ଆମ ସଂସ୍ପର୍ଶରେ ପ୍ରତ୍ୟେକ ଦିନ ଯୋଡ଼ି ହେଉଥିôବା ଅନେକ ବ୍ୟକ୍ତି ପର୍ଯ୍ୟଟନ ସହ ସମ୍ପୃକ୍ତ । ଏ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବେଶ ଉଜ୍ଜ୍ୱଳ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେଇ ଚଳିତ ବର୍ଷର ପର୍ଯ୍ୟଟନ ଦିବସର ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏସ୍‌ଏଚ୍‌ଏମ୍‌ର ରିସର୍ଚ୍ଚ ସ୍କଲାର ସୁଶ୍ରୀ ଶୁଭ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking