21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ; ୩ ମୃତ, ୬ ଗୁରୁତର

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ; ୩ ମୃତ, ୬ ଗୁରୁତର

ହରିଆଣା : ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ହରିଆଣାର ସୋନିପତରେ ଘଟିଛି ଏଭଳି ଅଘଟଣ । ସୋନିପତିର ରିଢ଼ାଉ ଗାଁ। ଏଠାରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ନିଆଁ ଲାଗିବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୬ ଜଣ ଗୁରୁତର ହୋଇଛନ୍ତି। ସେମାମନଙ୍କୁ ଉଦ୍ଧାର କରି ପିଜିଆଇ ରୋହତକ ମେଡିକାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ କାରଖାନାରେ ୧୦ରୁ ୧୨ ଲୋକ କାମ କରୁଥିଲେ। ଶନିବାର ସକାଳ ପ୍ରାୟ ୯ଟା ୩୦ରେ କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ଘରେ ବେଆଇନ୍‌ ଭାବେ ଏହି ବାଣ କାରଖାନା ଚାଲିଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ମୃତକ କା ରଖାନାରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାରେ ପୋଡି ଯାଇଥିବା ପାଞ୍ଚରୁ ଛଅ ଜଣଙ୍କୁ ରୋହତକକୁ ପଠାଯାଇଛି। ସେଠାରେ ଚିକିତ୍ସା ଚାଲିଛି। ଏ ସମ୍ପର୍କରେ ପୁଲିସ କହିଛି ଯେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking