27.1 C
Bhubaneswar
Friday, September 27, 2024
Homeଓଡିଶାହଳଦୀ ପାଣି ପିଇବା କାହିଁକି ଆବଶ୍ୟକ? ଜାଣନ୍ତୁ ଏହାର ଉପକାରିତା..

ହଳଦୀ ପାଣି ପିଇବା କାହିଁକି ଆବଶ୍ୟକ? ଜାଣନ୍ତୁ ଏହାର ଉପକାରିତା..

ଭୁବନେଶ୍ୱର: ରୋଷେଇ ଘରେ ମିଳୁଥିବା ମସଲାମାନଙ୍କ ମଧ୍ୟରେ ହଳଦୀ ଅନ୍ୟତମ । ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଲାଭ ଦେଇଥାଏ । ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଖାଦ୍ୟରେ ହଳଦୀକୁ ଅନ୍ତଭୁର୍କ୍ତ କରିବା ଜରୁରୀ । ଆପଣ କେବେ ହଳଦୀ ପାଣି ପିଇଛନ୍ତି କି? ଯଦି ନୁହେଁ, ତେବେ ହଳଦୀ ପାଣିର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ପରେ, ଆପଣ ଏହି ନେଚୁରାଲ ଡ୍ରିଙ୍କ୍‌କୁ ଆପଣଙ୍କ ଡାଏଟ୍‌ରେ ମଧ୍ୟ ସାମିଲ କରିପାରିବେ । ପୂର୍ବ କାଳରୁ ହିଁ କୁହାଯାଏ ଯେ ହଳଦୀ ଔଷଧୀୟ ଗୁଣରେ ଭରପୂର, ଏଥିସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ହଳଦୀ ପାଣି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।

ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ ରଖେ :
ହଳଦୀ ପାଣିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ମିଳିଥାଏ । ଯାହା ଆପଣଙ୍କ ଇମ୍ୟୁନ୍ ସିଷ୍ଟମକୁ ବହୁ ପରିମାଣରେ ମଜବୁତ୍ କରିପାରିବ । ଯଦି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ଭାବରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ବ୍ୟତୀତ, ହଳଦୀ ପାଣି ପିଇଲେ ଗ୍ୟାସ୍‌, କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଓଜନ କମ ହୋଇଥାଏ :
ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଖାଲି ପେଟରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ସହ, ହଳଦୀ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ମେଟୋବୋଲିଜମ୍ ବୃଦ୍ଧି ପାଇଥାଏ । ଆପଣଙ୍କ ଏହି ହଳଦୀ ପାଣିକୁ ନିଜର ଡାଏଟରେ ସାମିଲ କରି ମଧ୍ୟ କୋଲେଷ୍ଟ୍ରଲ ଲେବୁଲ୍‌କୁ ମଜବୁତ୍ କରିପାରିବେ । ତେବେ ଡାଇବେଟିସ୍ ରୋଗୀଙ୍କୁ ହଳଦୀ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସ୍କିନ୍ ପାଇଁ ମଧ୍ୟ ଲାଭଦାୟକ :
ଆପଣ ଭାବୁଛନ୍ତି କି? ହଳଦୀ ପାଣି ପିଇଲେ ଖାଲି ସ୍ୱାସ୍ଥ୍ୟ ଭଲ ରୁହେ ତେବେ ଆପଣ ଏହା ଭୁଲ ଭାବୁଛନ୍ତି । ହଳଦୀ ପାଣି ପିଇବା ଦ୍ୱାରା ଆମ ସ୍କିନ୍ ମଧ୍ୟ ଭଲ ରହିଥାଏ । ଏହି ନେଚୁରାଲ୍ ଡ୍ରିଙ୍କକୁ ସଠିକ୍ ଉପାୟରେ ଏବଂ ସଠିକ୍ ପରିମାଣରେ ପିଇବା ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବେ । ସେଥିପାଇଁ ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ନିଜ ଡାଏଟରେ ହଳଦୀ ପାଣି ସାମିଲ୍ କରନ୍ତୁ । ଦେଖିବେ ଏପରି ଭାବେ ଆପଣଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking