20.1 C
Bhubaneswar
Thursday, February 12, 2026
Homeଓଡିଶାଏସସିବିରେ ସଫଳ ଏକମୋ ଚିକିତ୍ସା

ଏସସିବିରେ ସଫଳ ଏକମୋ ଚିକିତ୍ସା

କଟକ: କଟକ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲରେ ୫୩ ବର୍ଷୀୟ ଦିଲୀପ କୁମାର ମହାରଣାଙ୍କର ସଫଳ ଏକମୋ ଚିକିତ୍ସା କରାଯାଇଛି। ସିଟିଭିଏସର ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ମନୋଜ କୁମାର ପଟନାୟକଙ୍କ ନେତୃତ୍ୱରେ ଏହି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଦିଲ୍ଲୀପ ଏଚ୍‌୧ଏନ୍‌୧ ଭୁତାଣୁ ସଂକ୍ରମଣରେ ପୀଡିତ ହୋଇ ଏକା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଇତି ମଧ୍ୟରେ ସେ ଆକ୍ୟୁଟ ରେସ୍ପିରାଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମରେ ପୀଡିତ ହେଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଲା। ପରେ ସେ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲର ଏକମୋ ବିଭାଗରେ ଚିକିତ୍ସିତ ହେବାକୁ ଗତ ୧୭ ତାରିଖରେ ଆସି ପହଁଚିଲେ। ତାଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦିଆଯିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ତୁରନ୍ତ ଉନ୍ନତି ପରିଲକ୍ଷିତ ହୋଇଥିଲା। ଦ୍ୱିତୀୟ ଦିନରେ ତାଙ୍କଠାରେ ଟ୍ରାକିଓଷ୍ଟୋମୀ କରାଯାଇଥିଲା। ୪୮ ଘଣ୍ଟା ମଧ୍ୟରେ ସେ ଗୋଡ ହାତ ହଲାଇଥିଲେ। ଆଜି ତାଙ୍କୁ ଏମକୋ ଚିକିତ୍ସା ବନ୍ଦ କରାଯାଇଛି। ଏବେ ସେ ମେକାନିକାଲ ଭେଣ୍ଟିଲେସନ ସହାୟତାରେ ଅଛନ୍ତି। ପ୍ରଫେସର ମନୋଜ କୁମାର ପଟନାୟକଙ୍କ ସହ ଡାକ୍ତର ସୁବ୍ରତ କୁମାର ନାୟକ ଓ ଡାକ୍ତର ଦେବାଶିଷ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking