18.1 C
Bhubaneswar
Thursday, December 25, 2025
Homeଖେଳମକାଉ ଓପନ୍ ୨୦୨୪: କ୍ୱାର୍ଟର୍‌ରେ ଶ୍ରୀକାନ୍ତ, ତ୍ରିଷା-ଗାୟତ୍ରୀ

ମକାଉ ଓପନ୍ ୨୦୨୪: କ୍ୱାର୍ଟର୍‌ରେ ଶ୍ରୀକାନ୍ତ, ତ୍ରିଷା-ଗାୟତ୍ରୀ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଶଟ୍‌ଲର୍ କିଦାମ୍ବୀ ଶ୍ରୀକାନ୍ତ ନିଜର ଦେଶର ଆୟୁଷ ସେଟ୍ଟୀଙ୍କୁ ସିଧା ଗେମ୍‌ରେ ହରାଇ ଗୁରୁବାର ମକାଉ ଓପନ୍ ସୁପର୍ ୩୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଷଷ୍ଠ ସିଡ୍ ଶ୍ରୀକାନ୍ତ ୨୦୨୩ ଓଡ଼ିଶା ମାଷ୍ଟର୍ସ ରନର୍ସଅପ୍ ଆୟୁଷଙ୍କୁ ୨୧-୧୩, ୨୧-୧୮ରେ ପରାଜିତ କରିଛନ୍ତି। ଆୟୁଷଙ୍କ ପରାଜୟ ପରେ ସିଙ୍ଗଲ୍ସ ଇଭେଣ୍ଟ୍‌ରେ ଶ୍ରୀକାନ୍ତ ଏବେ ଏକମାତ୍ର ଭାରତୀୟ ପ୍ରତିଯୋଗୀ। ୨୦୨୧ ବିଶ୍ୱ ଚାମ୍ପିଅନ୍‌ଶିପ୍ ରୌପ୍ୟ ବିଜେତା ଶ୍ରୀକାନ୍ତ ପରବର୍ତ୍ତୀ ରାଉଣ୍ଡ୍‌ରେ ଦ୍ୱିତୀୟ ସିଡ୍ ହଂକଂର ଏନ୍‌ଜି କା ଲଙ୍ଗ୍ ଅନ୍‌ଗସ୍‌ଙ୍କୁ ଭେଟିବେ।
ମହିଳା ଡବଲ୍ସରେ ତ୍ରିଷା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଭାରତୀୟ ଯୋଡ଼ି ମଧ୍ୟ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି। ଏହି ଯୋଡ଼ି ଚୀନା ତାଇପେଇର ଲିନ୍ ଚିହ-ଚୁନ୍ ଏବଂ ଟେଙ୍ଗ୍ ଚୁନ୍ ହୁସୁନ୍‌ଙ୍କୁ ୩୮ ମିନିଟ୍ ମଧ୍ୟରେ ୨୨-୨୦, ୨୧-୧୧ରେ ମାତ୍ ଦେଇଛି। ତେବେ ମହିଳା ସିଙ୍ଗଲ୍ସରେ ପୂର୍ବତନ ଜୁନିୟର୍ ନଂ.୧ ତସ୍‌ନିମ୍ ମିର୍ ଚତୁର୍ଥ ସିଡ୍ ଜାପାନର ଟୋମୋକା ମିୟାଜାକିଙ୍କଠାରୁ ୧୭-୨୧, ୨୧-୧୩, ୧୦-୨୧ରେ ହାରିଯାଇଛନ୍ତି। ସେହିପରି ବି ସୁମିତ୍ ରେଡ୍ଡୀ ଓ ଏନ୍ ସିକ୍କି ରେଡ୍ଡୀଙ୍କ ମିକ୍ସଡ୍ ଡବଲ୍ସ ଟିମ୍ ଦ୍ୱିତୀୟ ରାଉଣ୍ଡ୍‌ରେ ମାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିଉ ସିଏନ୍‌ଙ୍କଠାରୁ ୧୭-୨୧, ୧୪-୨୧ରେ ପରାଜିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking