27.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଲେବାନନ୍‌ରେ ଭିତରେ ପଶି ଲଢେଇ କରିବ ଆଇଡିଏଫ୍‌

ଲେବାନନ୍‌ରେ ଭିତରେ ପଶି ଲଢେଇ କରିବ ଆଇଡିଏଫ୍‌

ନୂଆଦିଲ୍ଲୀ: ଲେବାନନ୍‌ରେ ଉଗ୍ରବାଦୀ ସଂଗଠନ ହିଜବୁଲା ଉପରେ ଇସ୍ରାଏଲର ଆକ୍ରମର ଜାରି ରହିଛି । ଇସ୍ରାଏଲ ଗତ ଏକ ସପ୍ତାହ ଭିତରେ ୨୦୦୦ ରୁ ଅଧିକ ଏୟାରଷ୍ଟ୍ରାଇକ୍ କରିଛି ଓ ଏପର୍ଯ୍ୟନ୍ତ ପ୍ରାୟ ୭୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି । କେବଳ ସେତିକି ନୁହେଁ ଇସ୍ରାଏଲ ସେନା ଏବେ ନିଜର ଯବାନଙ୍କୁ ସୀମା ନିକଟରେ ରହିବାକୁ ନିର୍ଦେଶ ଦେଇଛି । ଇସ୍ରାଏଲର କହିବା ଅନୁସାରେ, ହମାସ ପକ୍ଷରୁ ଆକ୍ରମଣ କରି ହିଜୁବଲା ସହ ମୁକାବିଲ କରିବାକୁ ପ୍ରସ୍ତୁତି କରୁଛି । ଯଦି ଏଭଳି ହୁଏ ତେବେ ଭୟଙ୍କର ଯୁଦ୍ଧ ହେବ ।

କାରଣ ହିଜବୁଲା ମଧ୍ୟ ଦୁନିଆର ସବୁଠାରୁ ବଡ଼ ଉଗ୍ରବାଦୀ ସଂଗଠନ । ତା ପାଖରେ ସବୁ ଦେଶର ବଡ ସେନା ରହିଛି ଓ ଏକ ଲକ୍ଷ ଉଗ୍ରବାଦୀ ମୁକାବିଲା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହା ଭିତରେ ସ୍ଥିତି ଏଭଳି ହୋଇଯାଇଛି ଯେ, ଭାରତ ମଧ୍ୟ ନିଜ ନାଗରିକଙ୍କୁ ତୁରନ୍ତ ଲେବାନନ୍ ଛାଡିବାକୁ କହିଛି । ଏହାଛଡା ସେହି ଲୋକଙ୍କୁ ଯାତ୍ରା ଘୁଞ୍ଚାଇବାକୁ କୁହାଯାଇଛି,ଯେଉଁମାନେ ନିକଟରେ ଲେବାନନ୍ ଯିବାକୁ ଚାହୁଁଥିଲେ । ସ୍ଥିତି ଏଭଳି ହୋଇଯାଇଛି ଯେ,ଇସ୍ରାଏଳ ଓ ଲେବାନନ୍ ଏହି ଯୁଦ୍ଧରେ ଆମେରିକା, ୟୁରୋପରୁ ନେଇ ଏସିଆ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ । ଗୋଟିଏ ପଟେ ଆମେରିକା ମଧ୍ୟ ପୂର୍ବରେ ଅତିରିକ୍ତ ସେନା ପଠାଇବାର ଘୋଷଣା କରିଛି । ସେଭଳି ଇରାନ କହିଛି, ହିଜବୁଲା ଉପରେ ଯଦି ସ୍ଥଳ ସେନା ଆକ୍ରମଣ କରେ ତେବେ ଆମେ ତା’ର ସାହାଯ୍ୟ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking