18.1 C
Bhubaneswar
Thursday, February 12, 2026
Homeଓଡିଶାପାରାଦୀପ : ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ପାରାଦୀପ : ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ପାରାଦୀପ : ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି। ଆଜି ସକାଳୁ ଏପରି ସ୍ଥିତି ଉପୁଜିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି। ଆଜି ସକାଳେ ପ୍ରଥମେ ଏକ ମାଝଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ ସମୁଦ୍ର ମଝିକୁ ଯାଇଥିଲା। ମାତ୍ର ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡି ମାଡ଼ ହେଉଥିବାରୁ ତାହାର ବି ଇଞ୍ଜିନି ଖରାପ ହୋଇ ଯାଇଛି। ଫଳରେ ବୋଟ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମତ୍ସ୍ୟଜୀବୀ ଭାସୁଛନ୍ତି।ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୁଲିସ୍‌ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ତୁରନ୍ତ ଦୁଇଟି ବୋଟ ସମୁଦ୍ର ମଧ୍ୟକୁ ପଠାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking