20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗୁଣବତ୍ତାମାନ ଯାଞ୍ଚରେ ୫୩ ଔଷଧ ଫେଲ୍‌

ଗୁଣବତ୍ତାମାନ ଯାଞ୍ଚରେ ୫୩ ଔଷଧ ଫେଲ୍‌

ନୂଆଦିଲ୍ଲୀ: କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି । ଭାରତୀୟ ଔଷଧ ପ୍ରାଧିକରଣ ଦ୍ୱାରା କରାଯାଇଥିବା ମାନ ଯାଞ୍ଚ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ପରେ ଲୋକମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।  ସିଡିଏସସିଓ ତା’ର ମାସିକ ତାଲିକାରେ ପାରାସିଟାମଲ ସମେତ ମୋଟ ୫୩ଟି ଔଷଧ ଧାର୍ଯ୍ୟ ଗୁଣବତ୍ତା(ଏନଏସ୍‌କ୍ୟୁ)କୁ ପୂରଣ କରି ପାରୁ ନଥିବା ସତର୍କ କରାଇଛି । ଡ୍ରଗ ରେଗୁଲେଟରଙ୍କ ଯାଞ୍ଚ ବେଳେ ଭିଟାମିନ ସି ଓ ଡି ୩ ଟ୍ୟାବଲେଟ୍ସ ଶେଲକା, ଭିଟାମିନ ବି କମ୍ପେ୍ଲକ୍ସ ଓ ଭିଟାମିନ ସି ସୋଫଜେଲ୍ସ, ଆଣ୍ଟି ଏସିଡ ବା ଗ୍ୟାସ ବିରୋଧରେ ଦିଆଯାଉଥିବା ପାନ ଡି, ପାରାସିଟାମଲ ଟ୍ୟାବଲେଟ୍ସ ଆଇପି ୫୦୦ ଏମଜି, ଆଣ୍ଟି ଡାଇବେଟିକ୍ସ ଔଷଧ ଗ୍ଲେିମପିରାଇଡ, ଉଚ୍ଚ ରକ୍ତଚାପ ପାଇଁ ଦିଆଯାଉଥିବା ଟେଲମିସାରଟନ ଭଳି ୫୩ଟି ଔଷଧ ଆବଶ୍ୟକ ଗୁଣବତ୍ତାର ମାନଦଣ୍ଡକୁ ପୂରଣ କରିପାରି ନାହାନ୍ତି ।ଗୁଣବତ୍ତା ଯାଞ୍ଚରେ ଫେଲ ମାରିଥିବା ଔଷଧ ଗୁଡ଼ିକୁ ହେଟାରୋ ଡ୍ରଗ୍ସ, ଆଲକେମ ଲ୍ୟାବ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିଃ(ହାଲ), କର୍ଣ୍ଣାଟକା ଆଣ୍ଟିବାୟୋଟିକ୍ସ ଓ ଫାର୍ମାସିଟ୍ୟୁକାଲ୍ସ ଲିଃ, ମେଗ ଲାଇଫ ସାଇନ୍ସ, ପ୍ୟୁରୋ ଓ କ୍ୟୁରୋ ହେଲ୍ଥ ସେଣ୍ଟର ଏବଂ ଅନ୍ୟ କିଛି ସଂସ୍ଥା ତିଆରି କରନ୍ତି ।
ପେଟ ସଂକ୍ରମଣ ପାଇଁ ସାଧାରଣତଃ ବ୍ୟବହୃତ ହେଉଥିବା େମେଟ୍ରାନିଡୋଜାଲ ମଧ୍ୟ ଯାଞ୍ଚ ବେଳେ ଫେଲ ହୋଇଛି । ଏହି ଔଷଧକୁ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିଃ ତିଆରି କରିଥାଏ । ସେହିପରି ଶେଲକାର ବିତରଣ ଟୋରେଣ୍ଟ ଫାର୍ମାସିଟ୍ୟୁକାଲ୍ସ କରୁଥିବା ବେଳେ ଏହାର ଉତ୍ପାଦନ ଉତ୍ତରାଖଣ୍ଡ ଭିତ୍ତିକ ପ୍ୟୁରୋ ଓ କ୍ୟୁରୋ ହେଲ୍ଥ ସେଣ୍ଟର କରିଥାଏ । ଅଗଷ୍ଟ ମାସରେ ସିଡିଏସସିଓ ଭାରତୀୟ ମାର୍କେଟରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ ଡୋଜ ଔଷଧକ କମ୍ବିନେସକୁ ବ୍ୟାନ କରିଥିଲା । ଏହା ମଧ୍ୟରେ ଜ୍ୱର, ପେନ କିଲର ଓ ଆଲର୍ଜି ପାଇଁ ଅଧିକ ବ୍ୟବହାର ହେଉଥିବା ଔଷଧ ସବୁ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking