27.1 C
Bhubaneswar
Saturday, September 28, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆଜି ଦିନରେ ଲୋକଙ୍କ ପାଖରେ ଅର୍ଥର ଅଭାବ ନାହିଁ,
ଘରର ଅଭାବ ନାହିଁ,
ଖାଦ୍ୟର ଅଭାବ ନାହିଁ,
ମଣିଷ ର ଅଭାବ ନାହିଁ, ” ତଥାପି ”
ମଣିଷ ପାଖରେ ସୁଖ ନାହିଁ । ” କାରଣ ”
ଏବେ ମଣିଷ ପାଖରେ ଭଲପାଇବାର ଅଭାବ
ସହନଶୀଳତା ର ଅଭାବ *” ଆଉ ”
ମଣିଷପଣିଆ ର ଅଭାବ ।

ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି ।*

ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ସହିବାର ଶକ୍ତି ଯେଉଁ ମଣିଷ ପାଖରେ ଅଛି ତାକୁ ଦୁନିଆ କେବେ ହରାଇ ପାରେ ନାହିଁ ।*

ଏକ ନାସ୍ତିକ ମନ କେବେ ଆସ୍ତିକର ପଥ ଖୋଜିପାଇପାରେନା । ଏକ ଜଟିଳ ମନ କେବେ ସରଳ ମନର ଆନନ୍ଦ ଉପଲବଧି କରିପାରେନା । ଏକ ବିକୃତ ମସ୍ତିଷ୍କ କେବେ ଉତ୍ଫୁଲ୍ଲିତ ମନର ସୁରମ୍ୟ ପ୍ରାସାଦ ଗଢିପାରେନା ।*

ଏ ଦୁନିଆରେ ଭଲ ମଣିଷର କୌଣସି Value ନାହିଁ Value ଅଛି କେବଳ ରୂପ ଆଉ ଟଙ୍କାର ।

ଜୀବନରେ ଚଲା ପଥରେ କିଛି ଲୋକ ବହୁତ କଷ୍ଟ ଦେବେ, କିଛି ଲୋକ ବେଇମାନି କରିବେ, କିଛି ଲୋକ ବିଶ୍ୱାଘାତକତା କରିବେ, ଭଲପାଇବା ନାଁ ରେ ଅଭିନୟ କରିବେ । ବନ୍ଧୁତାର ସୁଯୋଗ ନେଇ ଆପଣଙ୍କୁ ବ୍ୟବହାର କରିବେ….

ତେଣୁ

ଜୀବନରେ ସବୁକିଛିକୁ ଇଗନୋର କରି ଆଗେଇ ଚାଲନ୍ତୁ, ଦେଖିବେ ଆପଣଙ୍କ ପଛରେ ସମସ୍ତେ ପଡ଼ିରହିବେ….

ଯଦି ଜୀବନରେ କେବେ ତମେ କାହା ସହ ଛଳନା କରୁଛ ଏବଂ ସେ ବ୍ୟକ୍ତି ସିନା ଏହା ଜାଣିପାରୁନି ,ୟା’ର ଅର୍ଥ ନୁହେଁ କି ସେ ବ୍ୟକ୍ତିଟି ବୋକା….. ସେ ବ୍ୟକ୍ତିଟି ଆପଣଙ୍କ ଉପରେ ଅଜସ୍ର ଭରସା କରୁଛି ଯାହାର ଯୋଗ୍ୟତା ତୁମ ପାଖରେ ଆଦୌ ନାହିଁ।

ଅଦ୍ୟ ସେପ୍ଟେମ୍ବର ମାସ ୨୬ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ନବମୀ ଦିବା ଘ୧୨/୩୫ ଗତେ ଦଶମୀ
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୨୭ ଗତେ ପୁଷ୍ୟା
ଚନ୍ଦ୍ର – ମିଥୁନ ସନ୍ଧ୍ୟା ଘ୦୬/୦୬ ଗତେ କର୍କଟ
ଯୋଗ- ପରିଘ
କରଣ – ଗର
ସୌରମାସ- କନ୍ୟା ୧୧ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୬
*✧═════•❁❀
ଯୋଗିନୀ ପୂର୍ବେ ଦିବା ଘ୧୨/୩୫ ଗତେ ଉତ୍ତରେ
ନବମୀର ଏକୋଡ଼ିଷ୍ଟ ଓ ଦଶମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ
କନ୍ୟା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୭ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୩/୩୩ ମଧ୍ୟେ ଓ ଘ୦୬/୨୦ ଗତେ ଘ୦୯/୩୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଲାଉ ଦିବା ଘ୧୨/୩୫ ଗତେ କଳମଶାଗ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════✧
ମେଷ: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
✧═════•❁❀❁•═════✧
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
*✧═════•❁❀❁•═════
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════
ସିଂହ
: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════
କନ୍ୟା
: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
*✧═════•❁❀❁•═════
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
*✧═════•❁❀❁•═════
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
*✧═════•❁❀❁•═════
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════
ମକର
: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
✧═════•❁❀❁•═════
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking