ବେଙ୍ଗାଲୁରୁ : ମହୀଶୂର ରୋଡ୍ ସ୍ଥିତ କୁମ୍ୱଲାଗଡ୍ଡୁ ନିକଟରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ଅଭାବନୀୟ ଘଟଣା ଘଟିଛି । ଜଣେ ୨୧ ବର୍ଷିୟ କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ରଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ସେ ନିଜର ମୋବାଇଲ ଫୋନରେ ମହିଳା ଶୌଚାଳୟ ଭିତରେ ରେକର୍ଡିଂ କରୁଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ, ଅଭିଯୁକ୍ତ ଛାତ୍ରଙ୍କ ନାଁ କୁଶଲ ଗୌଡା । ସେ ଚିକ୍କାଗୋଲ୍ଲାରାହଟ୍ଟି, ମହଦି ରୋଡ୍ ନିବାସୀ । ସେ ୭ମ ସେମିଷ୍ଟାରର ଛାତ୍ର । ପୁଲିସ ଯାଞ୍ଚରେ ଜଣା ପଡ଼ିଛି ଯେ , କୁଶଲ ମହିଳା ଶୌଚାଳୟ ଭିତରେ ଲୁଚି ରହି ଥିଲେ ଏବଂ ସେ ନିଜର ମୋବାଇଲ ଫୋନ୍?କୁ ପାଖାପାଖି ଥିବା ଶୌଚାଳୟ କାନ୍ଥର ମଝିରେ ଲୁଚାଇ ରଖିଥିଲେ । ମହିଳାଙ୍କ ପାଇଁ ସେଠାରେ ୭ଟି ରୁମ୍ ରହିଛି । ଯେଉଁଥିରେ ପ୍ରତ୍ୟେକଟି କାନ୍ଥ ମଝିରେ ଏକ ଗ୍ୟାପ୍ ରହିଛି ।
ଜଣେ ଯାଞ୍ଚ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ କୁଶଲଙ୍କୁ ଏହି କାର୍ଯ୍ୟ କରୁଥିବା ରଙ୍ଗେ ହାତରେ ଧରାଯାଇଛି । ଶୌଚାଳୟରେ ପ୍ରବେଶ କରୁଥିବା ଜଣେ ଯୁବତୀ କାନ୍ଥ ମଧ୍ୟର ଗ୍ୟାପ୍ରେ ରଖାଯାଇ ଥିବା ମୋବାଇଲ ଫୋନ୍କୁ ଦେଖି ଆଲାର୍ମ ବଜାଇ ଥିଲେ ଏବଂ ସେଠାରୁ ତୁରନ୍ତ ବାହାରକୁ ଚାଲି ଆସି ଥିଲେ । ପାଖ ଶୌଚାଳୟକୁ ବାହାରୁ ବନ୍ଦ କରି ଦିଆ ଯାଇଥିଲା । ପରେ ଅନ୍ୟଲୋକେ ଆସିଲେ ଏବଂ କୁଶଲଙ୍କୁ ବାହାରକୁ ଟାଣି ଆଣି ତାଙ୍କୁ ପ୍ରିନ୍ସିପାଲଙ୍କ ଚ୍ୟାମ୍ୱରରେ ବନ୍ଦ କରିଦିଆ ଗଲା । କଲେଜ୍ ପ୍ରବନ୍ଧନ ଠାରୁ ଅଭିଯୋଗ ମିଳିବା ପରେ , ଆମେ ତାଙ୍କୁ ଗିରଫ କରିଥିଲୁ ଏବଂ ସଂପୃକ୍ତ ମୋବାଇଲ ଫୋନକୁ ଜବତ କରି ଥିଲୁ । ଯେବେ ଯାଞ୍ଚ କରାଗଲା କୁଶଲ ପାଖାପାଖି ୧୫ ମିନିଟ୍ ଯାଏ ରେକର୍ଡ କରି ଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।









