24.1 C
Bhubaneswar
Wednesday, May 6, 2026
Homeଓଡିଶାଗୁଜରାଟରରେ ହେବ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ

ଗୁଜରାଟରରେ ହେବ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ

ଭୁବନେଶ୍ୱର : ଗୁଜରାଟରରେ ହେବ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ । ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌‌ ଟେଷ୍ଟ। ଏନେଇ ଭୁବନେଶ୍ୱର ଏସଡିଜେଏମ୍‌‌ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଦୀନକୃଷ୍ଣଙ୍କୁ ନେଇ ଗୁଜରାଟର ଗାନ୍ଧିନଗର ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌। ଆଜି କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଥିଲେ ଦୀନକୃଷ୍ଣ ମିଶ୍ର। ଯେ କୌଣସି ତଦନ୍ତ ପାଇଁ ସେ ରାଜି ବୋଲି କହିଛନ୍ତି। ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଗତ ୧୪ ତାରିଖରେ ଦିଆଯାଇଥିବା ନିର୍ଯାତନା ଘଟଣା ସବୁଠି ନିନ୍ଦା ହେବା ପରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌‌। ଏଥିରେ ପୂର୍ବରୁ ଦୀନକୃଷ୍ଣଙ୍କ ସହ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଗତକାଲି କ୍ରାଇମବ୍ରାଞ୍ଚ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking