27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶସଂପତ୍ତି ପାଇଁ ମା’କୁ ମାରିଦେଲା ଝିଅ

ସଂପତ୍ତି ପାଇଁ ମା’କୁ ମାରିଦେଲା ଝିଅ

ମୁମ୍ବାଇ: ସଂପତ୍ତି ବିବାଦକୁ ନେଇ ଦୁଇ ପରୁଷ ସହଯୋଗୀଙ୍କ ସହ ମିଶି ନିଜ ଜନ୍ମକଲା ମା’କୁ ମାରିଦେଲା ଝିଅ । ଏଭଳି ଅଭାବନୀୟ ଘଟଣା ନଭି ମୁମ୍ବାଇରେ ଘଟିଥିବା ନେଇ ସୋମବାର ପୋଲିସ ସୂଚନା ଦେଇଛି । ଏହା ପୂର୍ବରୁ ରବିବାର ପୋଲିସ ୨୬ ବର୍ଷୀୟା ଅଭିଯୁକ୍ତ ପ୍ରଣାଳୀ ନାଏକ ଏବଂ ତାର ସହଯୋଗୀ ବିବେକ ଗଣେଶ ପାଟିଲ ଏବଂ ବିଶାଳ ଅମରେଶ ପାଣ୍ଡେଙ୍କୁ ଗିରଫ କରିଛି । ବିବେକ ଏବଂ ବିଶାଳଙ୍କ ବୟସ ୧୯ ବର୍ଷ । ମୃତକ ପ୍ରିୟା ପ୍ରହଲ୍ଲାଦ ନାଏକ ପାନଭେଲରେ ରହୁଥିଲେ ।

ସୂଚନା ଅନୁସାରେ, ସେପ୍ଟେମ୍ବର ୧୩ରେ ପ୍ରିୟାଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିଲା । ଶବ ବ୍ୟବଚ୍ଛେଦ ହେବା ପରେ ପ୍ରିୟାଙ୍କ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ପୋଲିସ ଛାନଭିନ କରିବା ପରେ ଜଣାପଡ଼ିଲା ଯେ, ପାଟିଲ ଏବଂ ପାଣ୍ଡେ ସହ ମିଶି ପ୍ରଣାଳୀ ତାର ମା’ଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଅଭିଯୁକ୍ତ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସେପଟେ ପ୍ରଣାଳୀ ଓ ପ୍ରିୟାଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଲାଗିରହିଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking