38.3 C
Bhubaneswar
Monday, June 8, 2026
Homeଓଡିଶାସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର,  : କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୁତ ଦେଶବ୍ୟାପୀ ସଫେଇ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହି ସେବା’ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ସେପ୍ଟେମ୍ବର ୨୧ ତାରିଖ ଦିନ ରାଜଧାନୀ ଉପକଣ୍ଠ ଜାମୁଝରି ଗ୍ରାମ ଠାରେ ସଫେଇ କାର୍ଯ୍ୟକ୍ରମ ସମ୍ପାଦିତ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ଛତାବର ଗ୍ରାମପଂଚାୟତ ଅନ୍ତର୍ଗତ ଏହି ଗ୍ରାମକୁ ସ୍ୱେଚ୍ଛାସେବୀ ମାନେ ସଫା କରିବା ସହ ପୋଖରୀ ଏବଂ ମନ୍ଦିର ପରିସରକୁ ମଧ୍ୟ ସଫା କରିଥିଲେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ।
ସ୍ୱେଚ୍ଛାସେବୀମାନେ ଗ୍ରାମର ବିଭିନ୍ନ ସ୍ଥାନ ସମେତ ରାସ୍ତାଗୁଡ଼ିକୁ ସଫା କରିଥିଲେ। ସେହିପରି ପୋଖରୀରୁ ପ୍ରଦୂଷିତ ଏବଂ ବର୍ଜ୍ୟବସ୍ତୁ ଗୁଡ଼ିକୁ ବାହାର କରି ପୋଖରୀର ଜଳକୁ ସଫା କରିଥିଲେ।
ସ୍ୱେଚ୍ଛାସେବୀ ମାନେ ଗ୍ରାମର ପ୍ରତ୍ୟେକ ଘରକୁ ଘର ବୁଲି ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ସମ୍ପର୍କରେ ବୁଝାଇଥିଲେ।
କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ଖୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷିତ ସମ୍ପର୍କରେ ସ୍ୱେଚ୍ଛାସେବୀମାନେ ବୁଝାଇଥିଲେ। ସେହିପରି ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।
ସୋଆ ଏନ୍‌ଏସ୍‌ଏସ୍ ଶାଖାର ପ୍ରୋଗ୍ରାମ ଅଫିସର ଡଃ ଶ୍ୟାମଳେନ୍ଦୁ ତ୍ରିପାଠୀ, ଡକ୍ଟର କନକଲତା ଓଝା, ଡକ୍ଟର ରାକେଶ ରୋଶନ ଶତପଥୀ ଏବଂ ଶ୍ରୀ କୁମାର ସମ୍ଭବ ଗିରିଙ୍କ ସମେତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking