38.3 C
Bhubaneswar
Monday, June 8, 2026
Homeଓଡିଶାଯାଜପୁରରେ ଅଗ୍ରଣୀ ନୃତ୍ୟ ବିଦ୍ୟାଳୟ ଡି.ଏ.ବି ଡ୍ୟାନ୍ସ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁରରେ ଅଗ୍ରଣୀ ନୃତ୍ୟ ବିଦ୍ୟାଳୟ ଡି.ଏ.ବି ଡ୍ୟାନ୍ସ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର : ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲାର ଅଗ୍ରଣୀ ନୃତ୍ୟ ବିଦ୍ୟାଳୟ ଡି.ଏ.ବି ଡ୍ୟାନ୍ସ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବିଧାୟିକା ସୁଜାତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲ। ଏହି ଉତ୍ସବରେ ଅନ୍ଯତମ ଅତିଥି ଭାବେ ଯାଜପୁର ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ଟାଉନ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ପଣ୍ଡିତ ଭୂପତି ଭୂଷଣ ମିଶ୍ର ଜିଗ ଦେଇ ବିଦ୍ୟାଳୟ ର ଉତ୍ତୋରୋତ୍ତର ଉନ୍ନତି କାମନା କରିବା ସହ ବିଦ୍ୟାଳୟର ନୃତ୍ୟଶିଳ୍ପୀ ମାନେ ଦେଶ ଓ ରାଜ୍ୟରେ ଗୌରବ ଆଣନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସନ୍ତୋଷ ନନ୍ଦ, ପାରିଷଦ ତିଳତ୍ତମା ରାୟ, ବରିଷ୍ଠ ସାମ୍ବାଦିକ ହରିହର ସ୍ୱାଇଁ ପ୍ରମୁଖ ଯୋଗଦେଇ କୁନି କୁନି ପ୍ରତିଭା ମାନଙ୍କୁ ଉଶ୍ଚାହିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସାମ୍ବାଦିକ, ଡ୍ରାଇଭର ମହାସଂଘ, ସମାଜସେବୀ, ନୃତ୍ୟ ଶିଳ୍ପୀ, କଳାକାର, ହୋମଗାର୍ଡ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking