27.4 C
Bhubaneswar
Thursday, May 14, 2026
Homeଓଡିଶାବିଚାର ବିଭାଗୀୟ ତଦନ୍ତର ନିରପେକ୍ଷତା ଏକ ପ୍ରଶ୍ନବାଚୀ : ସିପିଏମ

ବିଚାର ବିଭାଗୀୟ ତଦନ୍ତର ନିରପେକ୍ଷତା ଏକ ପ୍ରଶ୍ନବାଚୀ : ସିପିଏମ

ଭୁବନେଶ୍ୱର: ଭରତପୁର ଥାନାରେ ମହିଳା ନିର୍ଯ୍ୟାତନା ପ୍ରସଙ୍ଗ ଉପରେ ତଦନ୍ତ ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ
ବିଚାରପତି ଚିତ୍ତରଞ୍ଜନ ଦାସଙ୍କୁ ନିଯୁକ୍ତ କରିଛନ୍ତି । ଅତୀତରେ ଏହି ମାନ୍ୟବର ବିଚାରପତିଙ୍କ ଦୁଇଟି ଉକ୍ତି ତାଙ୍କ
ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଆଙ୍କି ଦେଇଛି । ଏକ ନାରୀ ନିର୍ଯ୍ୟାତନା ମାମଲାର ବିଚାର ଅବସରରେ ତାଙ୍କର
ମନ୍ତବ୍ୟ ଥିଲା ଯୁବତୀମାନେ “ନିଜ ଯୌନ ଆବେଗକୁ ନିୟନ୍ତ୍ରଣ କରନ୍ତୁ” । ତାଙ୍କର ଏହି ମନ୍ତବ୍ୟ ଯଥାର୍ଥ ଥିଲା ବୋଲି
ସେ ଦୃଢୋକ୍ତି ପ୍ରଦର୍ଶନ କରିଥିଲେ । ଏହା ପୁରୁଷତାନ୍ତ୍ରିକ ମାନସିକତାର ପରିପ୍ରକାଶ ଅଟେ ।
ଗୋଟିଏ ନିର୍ଦ୍ଦିଷ୍ଟ ସମ୍ବାଦପତ୍ର ସହ ସାକ୍ଷତକାରରେ ସେ ଘୋଷଣା କରିଥିଲେ ଯେ “ବହୁ ବିଚାରପତି ନିଜ
ରାଜନୈତିକ ପରିଚୟକୁ ଲୁଚାଇଥାନ୍ତି, ମୁଁ ଯେ ଆର୍‌.ଏସ୍‌.ଏସ୍‌.ର ସଭ୍ୟ ତାହା ଘୋଷଣା କରିବାକୁ ମୋର ହିମ୍ମତ
ଅଛି ।”
ପୁରୁଷତାନ୍ତ୍ରିକ ମାନସିକତା ବହନ କରୁଥିବା ଜଣେ ବିଚାରପତିଙ୍କ ପାଖରୁ ଜଣେ ନିର୍ଯ୍ୟାତିତା ମହିଳା କିପରି
ନ୍ୟାୟ ପାଇବେ ? ଆର୍‌.ଏସ୍‌.ଏସ୍‌. ନିୟନ୍ତ୍ରିତ ଓ ଆର୍‌.ଏସ୍‌.ଏସ୍‌. ସଭ୍ୟମାନଙ୍କୁ ନେଇ ଗଠିତ ସରକାରର ଦୋଷ
ତ୍ରୁଟିକୁ ଜଣେ ଆର୍‌.ଏସ୍‌.ଏସ୍‌. ବିଚାରପତି କେତେ ନିରପେକ୍ଷତାର ସହ ଚିହ୍ନଟ କରିବେ ? ରାଜ୍ୟର ବିଜେପି
ସରକାର ତଦନ୍ତ କମିଶନ ରିପୋର୍ଟକୁ ବାଟବଣା କରିବା ଲକ୍ଷ୍ୟରେ ଏହିଭଳି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ
କମିଶନ ଭାବେ ନିଯୁକ୍ତ କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ସନ୍ଦେହ ହେବା ସ୍ୱାଭାବିକ ।
ବିଚାର ବିଭାଗୀୟ ତଦନ୍ତ ପରିପ୍ରେକ୍ଷୀରେ ନାରୀ ନିର୍ଯ୍ୟାତନା ଓ ପୋଲିସ୍‌ର ଅସଦାଚରଣକୁ ନେଇ ଉଦ୍‌ବେଗ
ପ୍ରକାଶ କରିଥିବା ଲୋକଙ୍କ ମଧ୍ୟରେ ପ୍ରକାଶ ପାଉଥିବା ଏହି ଆଶଙ୍କା ସହ ସି.ପି.ଆଇ.(ଏମ୍‌) ନିଜକୁ ସାମିଲ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking