30.1 C
Bhubaneswar
Tuesday, February 3, 2026
Homeଓଡିଶାଏଣିକି ଗୋଟିଏ ଫର୍ମାଟରେ ସାର୍ଟିଫିକେଟ୍ ଦେବାକୁ ନିଷ୍ପତି

ଏଣିକି ଗୋଟିଏ ଫର୍ମାଟରେ ସାର୍ଟିଫିକେଟ୍ ଦେବାକୁ ନିଷ୍ପତି

ଭୁବନେଶ୍ୱର: ରାଜ୍ୟରେ +୨ ଗଣଶିକ୍ଷା ବିଭାଗ ଅଧିନକୁ ଚାଲିଯିବା ପରେ ଉଭୟ ମାଟ୍ରିକ ଏବଂ ଯୁକ୍ତଦୁଇ ସାର୍ଟିଫିକେଟ୍ ଗୋଟିଏ ଫର୍ମାଟରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ମାଟ୍ରିକରେ ପୂର୍ବରୁ ପାସ୍ ପରୀକ୍ଷାର୍ଥୀଙ୍କୁ ମାର୍କସିଟ୍ ସହ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ପଦ୍ଧତିକୁ ବଦଳାଇ ଉଭୟ ମାର୍କସିଟ୍ ଏବଂ ସାର୍ଟିଫିକେଟକୁ ଗୋଟିଏ ଫର୍ମାଟରେ ପ୍ରିଣ୍ଟିଂ କରାଯାଉଛି। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରୁ ମାର୍କସିଟ୍ ଡାଉନ୍‌ଲୋଡ କରୁଥିବା ବେଳେ ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଯେଉଁ ସାର୍ଟିଫିକେଟ ପ୍ରଦାନ କରାଯାଉଛି ସେଥିରେ ବିଷୟ ସହମାର୍କ ଏବଂ ସାର୍ଟିଫିକେଟ୍ ରହୁଛି। ମାତ୍ର +୨ ପାସ ପିଲାଙ୍କୁ୨ଟି ସାର୍ଟିଫିକେଟ୍ ଦିଆଯାଉଛି। ମାର୍କସିଟ୍ ଏବଂ ଉଚ୍ଚମାଧ୍ୟମିକ ସାର୍ଟିଫିକେଟ୍ ଅଲଗା ଅଲଗା ରହୁଛି। ଫଳରେ ମାଟ୍ରିକ ଏବଂ +୨ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବେଳେ ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରି ଅନେକ ଭୂତ ଶିକ୍ଷକ ନିଯୁକ୍ତି ପାଇ ଧରାପଡ଼ିଛନ୍ତି। ଗଣଶିକ୍ଷା ବିଭାଗରେ ଉଭୟ ବୋର୍ଡ ଏବଂ +୨ ପରିଚାଳିତ ହେଉଥିବାରୁ ୨ଟି ପରୀକ୍ଷାର ସାର୍ଟିଫିକେଟ ଏବଂ ମାର୍କସିଟ୍ ଗୋଟିଏ ରକମର କରିବାକୁ ବିଭାଗ ନିଷ୍ପତ୍ତି କରିଛି। ବିଶେଷକରି ସାର୍ଟିଫିକେଟ୍ ଜାଲ୍ ଯେପରି ହୋଇନପାରିବ ଏବଂ ନକଲି ସାର୍ଟିଫିକେଟ୍ ଧରାପଡ଼ିବ ସେଥିଲାଗି ପ୍ରଥମ ଥର ପାଇଁ ଡିଜିଟାଲ ବ୍ୟବସ୍ଥାକୁ ବିଭାଗ ଆପଣାଇଛିି।
ତେବେ ମାଟ୍ରିକ ସାର୍ଟିଫିକେଟ୍‌କୁ ସୁରକ୍ଷା ଦୃଷ୍ଟିରୁ ସାର୍ଟିଫିକେଟ୍‌ରେ ୨୦ଟି ସିକ୍ୟୁରିଟି ଫିଚର ରହୁଛି। ଫଳରେ ବର୍ତ୍ତମାନ ମାଟ୍ରିକ ସାର୍ଟିଫିକେଟ୍‌କୁ ନକଲି କରିବା ସହଜ ନୁହେଁ। +୨ ସାର୍ଟିଫିକେଟରେ ପୂର୍ବରୁ ସାର୍ଟିଫିକେଟିରେ ୨-ଡି ବାରକୋର୍ଡ ରହୁଥିଲା। ମାତ୍ର ଏବେ ଅନେକ ଜାଲ ସାର୍ଟିଫିକେଟ୍ ମଧ୍ୟରୁ +୨ ସାର୍ଟିଫିକେଟ୍ ସର୍ବାଧିକ ରହୁଥିବା ଅଭିଯୋଗ ହେଉଛି। ତେଣୁ ମାଟ୍ରିକ ଢ଼ାଞ୍ଚାରେ +୨ ସାର୍ଟିଫିକେଟ୍ କରିବାର ଆବଶ୍ୟକତା ରହିଛି ବୋଲି ଅନେକ ଶିକ୍ଷାବିତ କହିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଫର୍ମାଟରେ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ପ୍ରସ୍ତୁତ କରିବା ଉଚିତ। ଫଳରେ କାଗଜ କମ୍ ଖର୍ଚ୍ଚ ହେବା ସହ ଚୋରି ବି ରୋକାଯାଇପାରନ୍ତା।
ଗଣଶିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁଯାୟୀ, ସାର୍ଟିଫିକେଟ୍ ପ୍ରସ୍ତୁତ କରିବାକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯେପରି ସାର୍ଟିଫିକେଟ୍ ସୁରକ୍ଷିତ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ତେବେ ମାଟ୍ରିକ ଏବଂ +୨ ସାର୍ଟିଫିକେଟ୍‌ରେ ସିକ୍ୟୁରିଟି ଫିଚର ସହ ଉଭୟ ହଲୋଗ୍ରାମ ଏବଂ ବାରକୋର୍ଡ ଭିଜିବୁଲ ହେବ। ନକଲି ସାର୍ଟିଫିକେଟ୍ ଧରିବାରେ ଏହା ବେଶ ସହାୟକ ହେବ। ଏହାବ୍ୟତୀତ ଉଭୟ ସାର୍ଟିଫିକେଟ୍‌ରେ ଆଧାର ନମ୍ବର କୁ ସିକ୍ୟୁରିଟ ଫିଚର ମଧ୍ୟରେ ରଖିଲେ ସାର୍ଟିଫିକେଟ୍ ନକଲ କରିବା କଷ୍ଟକର ହୋଇପଡିବ ବୋଲି +୨ ପରିଷଦର ଜଣେ ଅଧିକାରୀ କହିଛନ୍ତି। ତେଣୁ ଆସନ୍ତା ରେଜଲ୍ଟ ପ୍ରକାଶ ପୂର୍ବରୁ ଏ ସମ୍ପର୍କରେ ଗୁରୁତ୍ୱ ଦିଆଯାଇ ପଦକ୍ଷେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking