17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶତାମିଲନାଡୁ ରାଜ୍ୟପାଳଙ୍କ ବିବାଦୀୟ ବୟାନ୍‌; ଭାରତରେ ଧର୍ମନିରପେକ୍ଷତାର ଆବଶ୍ୟକତା ନାହିଁ

ତାମିଲନାଡୁ ରାଜ୍ୟପାଳଙ୍କ ବିବାଦୀୟ ବୟାନ୍‌; ଭାରତରେ ଧର୍ମନିରପେକ୍ଷତାର ଆବଶ୍ୟକତା ନାହିଁ

ଚେନ୍ନାଇ : ତିରୁପତି ଲଡୁ’କୁ ନେଇ ବିବାଦ ଏବେ ଜୋର ଧରିଥିବା ବେଳେ ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି ଏକ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଧର୍ମ ନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ବୁଝାଇବାକୁ ଯାଇ ଶ୍ରୀ ରବି କହିଛନ୍ତି, ଧର୍ମନିରପେକ୍ଷତା ଏକ ଧାରଣା, ଏହା ପାଶ୍ଚାତ୍ୟ ରାଷ୍ଟ୍ରରୁ ଆସିଛି, ଭାରତରେ ଏହାର କୌଣସି ଯଥାର୍ଥତା ନାହିଁ। ଭାରତବାସୀଙ୍କ ଉପରେ ଅନେକ ପାଶ୍ଚାତ୍ୟ ଚିନ୍ତାଧାରାକୁ ଭୁଲ୍ ଭାବେ ଲଦି ଦିଆଯାଇଛି। ଏଥିମଧ୍ୟରୁ ଧର୍ମନିରପେକ୍ଷତା ଅନ୍ୟତମ। ଧର୍ମନିରପେକ୍ଷତାର ଭୁଲ୍ ବ୍ୟଖ୍ୟା ଦେବାକୁ ଚେଷ୍ଟା କରାଯାଇଛି। ଧର୍ମନିରପେକ୍ଷତାର ଅର୍ଥ କ’ଣ? ଧର୍ମନିରପେକ୍ଷତା ଏକ ୟୁରୋପୀୟ ଧାରଣା, ଭାରତୀୟ ଧାରଣା ନୁହେଁ। ରାଜ୍ୟପାଳ ଆରଏନ୍ ରବିଙ୍କ ଏପ୍ରକାର ବିବାଦୀୟ ତଥା ଦାୟିତ୍ୱହୀନ ମନ୍ତବ୍ୟକୁ ଏବେ ଚାରିଆଡୁ ତୀବ୍ର ସମାଲୋଚନା କରାଯାଉଛି। ରାଜ୍ୟପାଳଙ୍କ ବୟାନକୁ କଂଗ୍ରେସ ଓ ଅନ୍ୟ କିଛି ଦଳ ଦାୟିତ୍ୱହୀନ ମତ ବୋଲି କହିଛନ୍ତି। ରାଜ୍ୟପାଳଙ୍କ ଭଳି ସମ୍ବିଧାନିକ ପଦରେ ବସି ଏପରି ବୟାନ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି। ରାଜ୍ୟପାଳ ରବିଙ୍କ ଏପରି ବୟାନକୁ ସିପିଆଇ(ଏମ) ନେତ୍ରୀ ବ୍ରିନ୍ଦା କରାତ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ “ରାଜ୍ୟପାଳଙ୍କ ବୟାନ ଦର୍ଶାଉଛି ଯେ ସେ ଭାବୁଛନ୍ତି ଯେ ଭାରତର ସମ୍ବିଧାନ ମଧ୍ୟ ଗୋଟିଏ ବିଦେଶୀ ଚିନ୍ତାଧାରା। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ରାଜ୍ୟପାଳଙ୍କ ଚୌକିରେ ବସିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସେହିମାନଙ୍କୁ ରାଜ୍ୟପାଳ କରୁଛି ଯେଉଁମାନେ ଦେଶର ସର୍ବୋଚ୍ଚ ନିୟମ ବହିକୁ ବିଶ୍ୱାସ କରନ୍ତି ନାହିଁ।” ତାମିଲନାଡୁର କନ୍ୟାକୁମାରୀରେ ଆୟୋଜିତ ଗୋଟିଏ ସର୍ବସାଧାରଣ ସଭାରେ ରାଜ୍ୟପାଳ ରବି ଏପରି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking