24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସୁରକ୍ଷା ବାହିନୀ-ନକ୍ସଲ ମୁହାଁମୁହିଁ, ୩ ନକ୍ସଲ ସଫା

ସୁରକ୍ଷା ବାହିନୀ-ନକ୍ସଲ ମୁହାଁମୁହିଁ, ୩ ନକ୍ସଲ ସଫା

ନାରାୟଣପୁର : ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏଥିରେ ତିନି ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପଡୋଶୀ ରାଜ୍ୟ ମହାରାଷ୍ଟ୍ର ସୀମାରେ ନାରାୟଣପୁର ଏବଂ ମାଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଛି । ଆଜି ଅପରାହ୍ନରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ, ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି । ସୁରକ୍ଷା ବାହିନୀର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଏହି ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଅପରେସନ ଚାଲିଛି । ଅଧିକାରୀ କହିଛନ୍ତି ଯେ ଏ ବାବଦରେ ଅଧିକ ସୂଚନା ଅପେକ୍ଷା କରାଯାଇଛି। ତେବେ ବର୍ତମାନ ସୁଦ୍ଧା ଘଟଣାସ୍ଥଳରୁ ଏକେ-୪୭ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ସର୍ଚ୍ଚ ଅପରେସନ୍ ଚାଲିଛି । ଏହା ପୂର୍ବରୁ ଗତକାଲି  ଚାରିଜଣ ନକ୍ସଲ ଡାଣ୍ଟେୱାଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ ମୁଣ୍ଡ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏମାନଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ ନକ୍ସଲ ଅନ୍ତର୍ଭୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking