26.1 C
Bhubaneswar
Monday, September 23, 2024
Homeଓଡିଶାପୁରୀ : ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ, ୩ ଆହତ

ପୁରୀ : ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ, ୩ ଆହତ

ପୁରୀ : ପୁରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ହଣାକଟା ହୋଇଛି । ଏହି ଘଟଣା ଟାଉନ ଥାନା ଅନ୍ତର୍ଗତ ଗାଣ୍ଡୁଆ ଚଉଁରା ନିକଟରେ ଘଟିଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ମର୍ଣ୍ଣିକର୍ଣ୍ଣିକା ସାହିର ଜଗନ୍ନାଥ ସିଂହାରୀ, ଜାଦବ ପ୍ରତିହାରୀ ଓ ରାଧାମଣୀ ପ୍ରତିହାରୀ । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରବିବାର ରାତିରେ ଶ୍ରୀମନ୍ଦିରରୁ ମାତ୍ର ଅଳ୍ପ କିଛି ବ୍ୟବଧାନରେ ଥିବା ଗାଣ୍ଡୁଆ ଚଉଁରା ନିକଟରେ ମର୍ଣ୍ଣିକର୍ଣ୍ଣିକା ସାହିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ପ୍ରଥମେ ଉଭୟ ପକ୍ଷ ମଧ୍ୟର ଯୁକ୍ତି ତର୍କ ହୋଇଥିଲା । ଏହା ପରେ ଏହି ଯୁକ୍ତି ତର୍କ ମାଡ଼ ଗୋଳରେ ପରିଣତ ହୋଇଥିଲା । ଶେଷରେ ହଣାକଟା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ଫଳରେ ଉଭୟ ପକ୍ଷର ତିନି ଜଣ ଆହତ ହୋଇଥିଲେ । ଆହତ ବ୍ୟକ୍ତି ଜଗନ୍ନାଥ ସିଂହାରୀ, ଜାଦବ ପ୍ରତିହାରୀ ଓ ରାଧାମଣୀ ପ୍ରତିହାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣା ପଡ଼ିଛି । ଟାଉନ ଥାନା ପୁଲିସ ଖବର ପାଇ ତୁରନ୍ତ ମେଡ଼ିକାଲରେ ପହଁଚି ଆହତଙ୍କୁ ପଚରା ଉଚରା କରିଛି । ସେପଟେ ଘଟଣା ସ୍ଥଳରେ ମଧ୍ୟ ଛାନଭିନ ଆରମ୍ଭ କରିଛି ପୁଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଣାକଟା ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking