31.1 C
Bhubaneswar
Monday, September 23, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜଣେ ଦାନୀ ଠାରୁ ଜ୍ଞାନୀ ମହାନ୍ ହୋଇଥାଏ କାହିଁକିନା, ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ ।

ସର୍ବଦା ଧୀରେ କୁହନ୍ତୁ : ଶାନ୍ତି ମିଳିବ*
ନିଜଠାରୁ ଅହଂଭାବ ଛାଡନ୍ତୁ : ସମ୍ମାନ ମିଳିବ
ସର୍ବଦା ଭକ୍ତି କରନ୍ତୁ : ମୁକ୍ତି ମିଳିବ
ସଠିକ୍ ବିଚାର କରନ୍ତୁ : ଉଚ୍ଚ ଆସନ ମିଳିବ
ଲୋକଙ୍କ ସେବା କରନ୍ତୁ : ଯଶ ମିଳିବ

କଷ୍ଟଟା ଯେତେବେଳେ ସୀମା ଟପିଯାଏ ସେତେବେଳେ ମଣିଷ କାନ୍ଦି ନ ପାରି ଚୁପ୍ ହୋଇଯାଏ ।

ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ।

ଜୀବନରେ ଦୁଃଖ କଷ୍ଟ ଆସିବା
Part of Life ଅଟେ…
ଆଉ ସେଥିରୁ ହସିକି ବାହାରି ଆସିବା
Art of Life ଅଟେ…
ଉପଦେଶ କେବଳ କାନ ଦେଇ ନୁହେଁ,ମନ ଦେଇ ଶୁଣିବାକୁ ହୁଏ।ସମ୍ପର୍କ କେବଳ ଅର୍ଥ ଆଉ ସୌନ୍ଦର୍ଯ୍ୟ ଦେଖି ନୁହେଁ,ବ୍ୟବହାର ଆଉ ଚରିତ୍ର ଦେଖି କରିବାକୁ ହୁଏ।

କାଠ ଦଣ୍ଡ ଟିଏ ନ ପଶିଲେ କୁରାଢ଼ି ଯେପରି ଗଛକୁ କାଟି ପାରେ ନାହିଁ,ସେହିପରି ନିଜ ଲୋକ ସାମିଲ୍ ନଥିଲେ ଭିତରର ଭେଦ କଥା କେବେ ବାହାରେ ପ୍ରଘଟ ହୁଏ ନାହିଁ।

ସନ୍ତାନ ମାତାଙ୍କ ପୁଣ୍ୟବଳରୁ ଶୀଳବାନ,ପିତାଙ୍କ ପୁଣ୍ୟବଳରୁ ବୁଦ୍ଧିମାନ, କୁଳର ପୁଣ୍ୟରୁ ଉଦାର ଓ ନିଜ ପୁଣ୍ଯବଳରୁ ଐଶ୍ବର୍ଯ୍ଯଶାଳୀ ହୁଏ।ଏଣୁ ସବୁବେଳେ ସତକର୍ମ କରଣୀୟ।

ହିଂସା, ଚୌର୍ଯ୍ୟ, ଯୌନଲିପ୍ସା, ମିଥ୍ୟା କଥନ, ଅପବାଦ, କର୍କଶ କଥା, ଅସଂଯତ ଆଳାପ, ଲୋଭ, ବିଦ୍ୱେଷ ଓ ଅନ୍ଧ ବିଶ୍ୱାସ- ଏସବୁ ଅଶୁଭ ମାର୍ଗ । ଏଣୁ ଏଥିରୁ ମନକୁ ନିବୃତ ରଖ।

ଅଦ୍ୟ ସେପ୍ଟେମ୍ବର ମାସ ୨୩ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ଦିବା ଘ୦୧/୫୩ ଗତେ ସପ୍ତମୀ
ନକ୍ଷତ୍ର- ରୋହିଣୀ ରାତ୍ରି ଘ୧୦/୫୦ ଗତେ ମୃଗଶିରା
ଚନ୍ଦ୍ର – ବୃଷ
ଯୋଗ- ବଜ୍ର
କରଣ – ବାଣିଜ୍ୟ
ସୌରମାସ- କନ୍ୟା ୦୮ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୬
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୧/୫୩ ଗତେ ବାୟବ୍ୟେ
ଷଷ୍ଠୀ ଓ ସପ୍ତମୀର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
ବିଛା ରାଶିର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ
ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୧ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୦ ମଧ୍ୟେ ଓ ଘ୦୮/୫୨ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ୦୮/୦୦ ଗତେ ଘ୦୧୦/୫୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ନିମ୍ବ ଦିବା ଘ୦୧/୫୩ ଗତେ ତାଳ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।*
✧═════•❁❀❁•═════
ବୃଷ :
ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
✧═════•❁❀❁•═════
ମିଥୁନ
ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
✧═════•❁❀❁•═════
କର୍କଟ
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।*
✧═════•❁❀❁•═════
ସିଂହ
ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
✧═════•❁❀❁•═════
କନ୍ୟା:
ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।*
✧═════•❁❀❁•═════
ତୁଳା
ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।*
✧═════•❁❀❁•═════
ବିଛା :
କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।*
✧═════•❁❀❁•═════
ଧନୁ
ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।*
✧═════•❁❀❁•═════

ମକର :
ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।*
✧═════•❁❀❁•═════
କୁମ୍ଭ :
ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
✧═════•❁❀❁•═════
ମୀନ
କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking