29.1 C
Bhubaneswar
Saturday, September 21, 2024
Homeଓଡିଶାଓଡିଶାରେ କୌଣସି ବ୍ୟକ୍ତି ମଙ୍କି ପକ୍ସ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି: ତାହା ସତ୍ୱେ ଓଡିଶା ସରକାର...

ଓଡିଶାରେ କୌଣସି ବ୍ୟକ୍ତି ମଙ୍କି ପକ୍ସ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି: ତାହା ସତ୍ୱେ ଓଡିଶା ସରକାର ସଂପୂର୍ଣ୍ଣ ପ୍ରସ୍ତୁତ

ମଙ୍କି ପକ୍ସ ରୋଗ ନେଇ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ
ଭୁବନେଶ୍ୱର – ଭୂତାଣୁ ଜନିତ ମଙ୍କି ପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ଓଡିଶାରେ ମଙ୍କି ପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି । ଏହାସହ, ମଙ୍କି ପକ୍ସ ସଂକ୍ରମିତ ୧୪ଟି ଦେଶକୁ ଆମ ରାଜ୍ୟରୁ ସିଧାସଳଖ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନଥିବା ସତ୍ତ୍ୱେ, ଓଡିଶାର ଉଭୟ ବିମାନ ବନ୍ଦର, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ ଓ ସଂପୃକ୍ତ ସମସ୍ତଙ୍କୁ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସଚେତନ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏ ସଂପର୍କରେ ଏକ ଆଲୋଚନା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ଏସ୍ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକ, ବିମାନ ଚଳାଚଳ ନିର୍ଦ୍ଦେଶକ, ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।
ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାରତରେ ୩ ଜଣଙ୍କ ମଧ୍ୟରୁ କେରଳରେ ୧ଟି ଏବଂ ଦିଲ୍ଲୀରେ ଗୋଟିଏ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆନ୍ତର୍ଜାତୀୟସ୍ତରରେ ଏକ ଜରୁରୀକାଳୀନ/ଚିନ୍ତାଜନକ ରୋଗ ବୋଲି ଘୋଷଣା କରିଥିବା ହେତୁ ଭାରତ ସରକାର ସମସ୍ତ ରାଜ୍ୟକୁ ଏ ସଂପର୍କରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ଓଡିଶାରେ ମଙ୍କି ପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ନ ହେବା ସତ୍ୱେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରସ୍ତୁତ ରହିବା ସହିତ ସମସ୍ତ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ପ୍ରେରଣ କରିଛନ୍ତି । ଏମସ ଭୁବନେଶ୍ବରଠାରେ ଲାବ ଟେଷ୍ଟିଙ୍ଗ ବ୍ୟବସ୍ଥା ହୋଇଥିଲାବେଳେ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର ତାସହ ପାରାଦୀପ, ଗୋପାଳପୁର, ଧାମରା ବନ୍ଦରଠାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।
ସୂଚନା ଯୋଗ୍ୟ ଯେ, ମଙ୍କି ପକ୍ସ ଏକ ପଶୁ ଠାରୁ ସଂକ୍ରମିତ ହେଉଥିବା ରୋଗ । ଏହା ପଶୁଠାରୁ ମଣିଷଙ୍କୁ ଏବଂ ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଏହି ରୋଗକୁ ନେଇ ଜନସାଧାରଣ ବ୍ୟସ୍ତବିବ୍ରତ ହେବାର କୌଣସି କାରଣ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking