34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶମହିଳାଙ୍କୁ ହତ୍ୟା ପରେ ମୃତହେଦକୁ ୩୨ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ

ମହିଳାଙ୍କୁ ହତ୍ୟା ପରେ ମୃତହେଦକୁ ୩୨ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ

ବେଙ୍ଗାଲୁରୁ : ଜଣେ ମହିଳାଙ୍କୁ ହତ୍ୟା କରାଯିବା ପରେ ମୃତହେଦକୁ ୩୨ ଖଣ୍ଡ କରି କାଟିଛି ଅଭିଯୁକ୍ତ। କେବଳ ଏତିକି ନୁହେଁ, ପ୍ରମାଣ ଲୁଚାଇବା ଲାଗି ଶରୀରର ଖଣ୍ଡଗୁଡ଼ିକୁ ମହିଳାଙ୍କ ଘରେ ଥିବା ଫ୍ରିଜରେ ଲୁଚାଇ ରଖି ଅଭିଯୁକ୍ତ ଫେରାର ହୋଇଯାଇଛି। ଯାହାର ପର୍ଦ୍ଦାଫାଶ କରିଛି ପୁଲିସ।

ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଆଇଟି ସହର ଭାବେ ପରିଚିତ ବେଙ୍ଗାଲୁରୁରେ। ଭାୟାଲିକାଭାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ପୁଲିସ ସୂଚନା ଅନୁସାରେ, ମହିଳାଙ୍କ ପରିଚୟ ମିଳିପାରି ନାହିଁ। ସେ ଅନ୍ୟ ଏକ ରାଜ୍ୟର ବାସିନ୍ଦା। କିଛି ଦିନ ହେବ ବେଙ୍ଗାଲୁରୁରେ ରହୁଥିଲେ। କିଏ ତାଙ୍କୁ ହତ୍ୟା କରିଛି ଏବଂ ଏହା ପଛର କାରଣ କ’ଣ ତାହା ଏଯାଏ ଜଣାପଡ଼ିନାହିଁ। ମହିଳା ଜଣକ ପୁରୁଷ ବନ୍ଧୁ ସହିତ ଏକାଠି ରହୁଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking