22.1 C
Bhubaneswar
Sunday, February 15, 2026
Homeଅପରାଧଭରତପୁର ଥାନା ମାମଲା : ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା କମାଣ୍ଡର

ଭରତପୁର ଥାନା ମାମଲା : ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା କମାଣ୍ଡର

ଭୁବନେଶ୍ୱର : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା କମାଣ୍ଡର । ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ ଚିଠି ଲେଖିଲେ। ମାମଲାକୁ ଗୁରୁତର ସହ ନେଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ଶେଖାଓ୍ୱତ ଆହୁରି ଲେଖିଛନ୍ତି ଯେ ପୋଲିସର ଏତାଦୃଶ କାର୍ଯ୍ୟ କେବଳ ପୀଡିତଙ୍କ ବିଶ୍ୱାସକୁ ନଷ୍ଟ କରିନାହିଁ, ଏହା ସେନା ବିଭାଗ ସହ ସମ୍ପୁଣ୍ର୍ଣ ଆଇନ ବ୍ୟବସ୍ଥା ପ୍ରତି ଥିବା ବିଶ୍ୱାସକୁ ନଷ୍ଟ କରିଛି ।

ଏହି ଘଟଣା କେବଳ ଗଣମାଧ୍ୟମ ନୁହେଁ ସମସ୍ତ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଆକେ୍ରାଶକୁ ପ୍ରଜ୍ଜ୍ୱଳିତ କରିଛି । ତେଣୁ ଏହି ଘଟଣାରେ ଉକ୍ତ ମହିଳାଙ୍କୁ ତୁରନ୍ତ ଜାମିନ ଦେବା ସହ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଅନୁଯାୟୀ ସମସ୍ତ ତଦନ୍ତ ସିସିଟିଭି ଅଧୀନରେ କରାଗଲେ ତଦନ୍ତ ନିରପେକ୍ଷ ହେବା ସହ ବ୍ୟକ୍ତିର ମାନବୀୟ ଅଧିକାର ଉଲଂଘନ ହେବ ନାହିଁ ବୋଲି ଶ୍ରୀ ଶେଖାଓ୍ୱତ ତାଙ୍କ ଚିଠିରେ ଲେଖିଛନ୍ତି ।

ଏପଟେ ଭୁବନେଶ୍ବର ଭରତପୁର ଥାନା ମାମଲାରେ ପ୍ରତିବାଦର ସ୍ବର ତେଜୁଛି । ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଗିରଫ ଦାବିରେ ପୋଲିସ କମିସନରଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ବିଭିନ୍ନ ମହିଳା ସଂଗଠନ। କାଲି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। ଥାନାରେ ମହିଳା କର୍ମଚାରୀଙ୍କୁ ନାଇଟି ପିନ୍ଧି ଡ୍ୟୁଟି କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ। ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ନିଜଆଡୁ ମାମଲା ରୁଜୁ କରିଛି ମହିଳା କମିସନ। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ମିନତୀ ବେହେରା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking