30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ

ନୂଆଦିଲ୍ଲୀ : ଶୁକ୍ରବାର ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା । ସେହିପରି ଚ୍ୟାନେଲରେ ଏକ ବ୍ଲାଂକ ଭିଡିଓ ପ୍ରସାରିତ କରାଯାଇଥିଲା । ଏହାର ଶୀର୍ଷକ ବ୍ରେଂଡ ଗର୍ଲିଂଗହାଉସ ରହିଛି । ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି । ସୁପ୍ରିମକୋର୍ଟର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ଜନସାଧାରଣ ଉଦ୍ଦେଶ୍ୟରେ ଖୋଲା ଯାଇଥିଲା । ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ବିଚାର ସମୟରେ ୟୁଟ୍ୟୁବରେ ଏହାକୁ ଲାଇଭ ଟେଲିକାଷ୍ଟ କରାଯାଏ । ୟାହା ଦ୍ବାରା ଜନସାଧାରଣ ଘରେ ବସି ମୋବାଇଲ ମାଧ୍ୟମରେ ମାମଲାର ଶୁଣାଣି ଦେଖି ପାରୁଥିଲେ । ଆଜି ହ୍ୟାକର୍ସମାନେ ଚ୍ୟାନେଲକୁ ହ୍ୟାକ କରିବା ପରେ ଆମେରିକାର ଆଧାରିତ ରିପଲ୍ ଲ୍ୟାବ ଦ୍ୱାରା ବିକଶିତ ଏକ କ୍ରିପ୍ଟୋକରେନ୍ସି ଏକ୍ସଆରପି କୁ ପ୍ରୋତ୍ସାହିତ କରୁଥିବା ଭିଡିଓ ପୋଷ୍ଟ ହୋଇଛି । ତେବେ ଖୁବ ଶୀଘ୍ର ଚ୍ୟାନେଲକୁ ବିପଦମୁକ୍ତ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking