25.9 C
Bhubaneswar
Monday, April 6, 2026
Homeଓଡିଶାଜିଲ୍ଲା ପରିଷଦ ବୈଠକକୁ ସାମ୍ବାଦିକଙ୍କ ବର୍ଜନ

ଜିଲ୍ଲା ପରିଷଦ ବୈଠକକୁ ସାମ୍ବାଦିକଙ୍କ ବର୍ଜନ

ଯାଜପୁର : ଆଜି ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ର ସାଧାରଣ ପରିଷଦ ବୈଠକ ରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ଙ୍କ ଅସମ୍ମାନ ପ୍ରଦର୍ଶନ ପ୍ରତିବାଦ ରେ କକ୍ଷତ୍ୟାଗ କଲେ ସାମ୍ବାଦିକ। ଆଜି ଜିଲ୍ଲାପରିଷଦ ବୈଠକ ଆରମ୍ଭ ହେବା କ୍ଷଣି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସାମ୍ବାଦିକ ମାନଙ୍କୁ ଫଟୋ ଉଠାଇ ବୈଠକ ଗୃହ ରୁ।ଚାଲିଯିବାକୁ କହିଥିଲେ। ଏହାର ପ୍ରତିବାଦ କରି ଗଣ ମାଧ୍ୟମ ପ୍ରତିନିଧି ମାନେ କକ୍ଷତ୍ୟାଗ କରିଥିଲେ। ଏହି ବୈଠକ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ୱାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏଭଳି କାହିଁକି ଅସମ୍ମାନ ପ୍ରଦର୍ଶନ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଏ ନେଇ ଏକ ଦାବିପତ୍ର ଯାଜପୁର ସାଂସଦ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ କୌଣସି କାର୍ଯକ୍ରମ ରେ ସାମ୍ୱାଦିକ ମାନେ ସାମିଲ ହେବେ ନାହିଁ ବୋଲି ଲିଖିତ ଭାବେ ଅବଗତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking