32.1 C
Bhubaneswar
Friday, September 20, 2024
Homeଓଡିଶାସରକାରଙ୍କ ଉପରେ ବର୍ଷିଲେ ସୋଫିଆ

ସରକାରଙ୍କ ଉପରେ ବର୍ଷିଲେ ସୋଫିଆ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟିକା ସୋଫିଆଲ ଫିରଦୋଷ । ରାଜ୍ୟ ସରକାର ଶିଶୁ ଶିଶୁ କହି ବାହାନା କରୁଛନ୍ତି । ଆଇଆଇସିଙ୍କୁ ଗିରଫ କରିବା ଉଚିତ । ଥାନା ଭିତରେ କାହିଁକି ସିସିଟିଭି ଲାଗିଲାନି ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।
ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking