33.1 C
Bhubaneswar
Wednesday, March 25, 2026
Homeଓଡିଶାକାଳ ହେଲା ଭସାଣ: ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ

କାଳ ହେଲା ଭସାଣ: ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ

ଗଞ୍ଜାମ: ଗଣେଶ ମୂର୍ତ୍ତି ଭସାଣ ବେଳେ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏପରି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପବିତ୍ର ସାହୁ।

ଆହତ ମନୋଜ ପ୍ରଧାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଁର ପିଲାମାନେ ଡିଜେ ବଜାଇ ଗଣେଶମୂର୍ତ୍ତି ଭସାଣି କରିବାକୁ ଯାଉଥିଲେ। ଡିଜେ ଗାଡ଼ି ଯିବାଲାଗି ଜଣେ ଯୁବକ ବାଡ଼ିରେ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ ତାରକୁ ଟେକୁଥିଲେ। ଏହି ସମୟରେ ବିଦ୍ୟୁତ ତାରଟି ଛିଣ୍ଡି ପବିତ୍ର ଓ ମୋନଜଙ୍କ ଉପରେ ପଡ଼ିଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭାଟକୁମରଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପବିତ୍ରଙ୍କୁ ମୃତ ଘୋଷଣା କରିଥିଲେ। ମନୋଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଷୋତ୍ତମପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking