28.1 C
Bhubaneswar
Thursday, September 19, 2024
Homeଓଡିଶାନନ୍ଦନକାନନରୁ ବାଲୁଖଣ୍ଡ ଗଲେ ୧୩ କୃଷ୍ଣସାର

ନନ୍ଦନକାନନରୁ ବାଲୁଖଣ୍ଡ ଗଲେ ୧୩ କୃଷ୍ଣସାର

ଭୁବନେଶ୍ବର : ନନ୍ଦନକାନନରୁ ବାଲୁଖଣ୍ଡ ଗଲେ ୧୩ କୃଷ୍ଣସାର । ବୁଧବାର ରାତିରେ ଦ୍ବିତୀୟ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର ଭ୍ୟାନରେ ପୁରୀ କୋଣାର୍କ ସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି ଆଉ ୧୩ କୃଷ୍ଣସାର ମୃଗ । ତେବେ ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଥିଲେ । ସେଠାରେ ତାଙ୍କୁ କ୍ବାରେନଣ୍ଟିନରେ ରଖାଯାଇ ତାଙ୍କର ଯତ୍ନ ନିଆଯାଉଛି । ତେବେ କୃଷ୍ଣସାର ମୃଗଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ଖାଇବାକୁ ସ୍ୱତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ଯାହା ତାଙ୍କ ପାଇଁ ଅତ୍ୟନ୍ତ ପ୍ରତିକୂଳ ପରିବେଶ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁଣି ଅଭୟାରଣ୍ୟ ଖୋଲା ବିଚରଣ ପାଇଁ ଛଡାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking