25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଟ୍ରାକ୍‌ରୁ ଖସିଲା ୨୫ଟି ବଗି

ଟ୍ରାକ୍‌ରୁ ଖସିଲା ୨୫ଟି ବଗି

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମଥୁରାରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଟ୍ରେନ୍‌ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଆଗ୍ରା ରେଲୱେ ମଣ୍ଡଳର ଡିଆରଏମ୍‌ ତେଜ ପ୍ରତାପ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଟ୍ରେନ୍‌ର ୨୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିଯୋଗୁ ବିଦ୍ୟୁତ୍‌ ସରବରାହ ହେଉଥିବା ବହୁ ଖମ୍ବ ଭାଙ୍ଗି ଯାଇଛି। ଏହାକୁ ଠିକ୍‌ କରିବାକୁ ନିହାତି ପକ୍ଷେ ୧୦ରୁ ୧୨ ଘଣ୍ଟା ଲାଗିବ । ତେଣୁ ବହୁ ଟ୍ରେନ୍‌ର ରୁଟ୍‌ ପ୍ରଭାବିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking