28.1 C
Bhubaneswar
Friday, September 20, 2024
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

ଗଞ୍ଜାମ : ଗଣେଷ ଭସାଣି ବେଳେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ପବିତ୍ର ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର ପିଲାମାନେ ଡିଜେ ବଜାଇ ଗଣେଷ ମୂର୍ତ୍ତି ଭଷାଣି କରାବାକୁ ଯାଉଥିଲେ । ଏହି ସମୟରେ ଡିଜେ ଗାଡ଼ି ଯିବାଲାଗି ଜଣେ ଯୁବକ ବାଡ଼ିରେ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ ତାରକୁ ଟେକୁଥିଲା। ଏହି ସମୟରେ ବିଦ୍ୟୁତ ତାରଟି ଛିଣ୍ଡି ପବିତ୍ର ଓ ମୋନଜଙ୍କ ଉପରେ ପଡ଼ିଯାଇଥିଲା। ଯାହା ଫଳରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଉଭୟଙ୍କୁ ସଙ୍ଗେସଙ୍ଗେ ଭାଟକୁମରଡା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ପବିତ୍ରଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking