28.1 C
Bhubaneswar
Friday, September 20, 2024
Homeଓଡିଶାରତ୍ନଭଣ୍ଡାରର ହେଲା ଲେଜର ସ୍କାନିଂ

ରତ୍ନଭଣ୍ଡାରର ହେଲା ଲେଜର ସ୍କାନିଂ

ପୁରୀ : ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍ । ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବିଶେଷଜ୍ଞ ଟିମ୍ ଦ୍ୱାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି ବୋଲି ସୂଚନା ଦେଲେ । ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା । ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି କହିଲେ । ତେବେ ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି, ରାଡର ସର୍ଭେ ହେବ ବୋଲି କହିଲେ । ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସମସ୍ତ ଯାଞ୍ଚ ସରିଲା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ସରକାରଙ୍କ ଏସ୍‌ଓପି ଅନୁସାରେ ଏଏସ୍‌ଆଇ ଅନୁସାରେ ଏଏସଆଇ ମରାମତି କାମ କରିବ । କାମ ଅଧା ଅଛି , ଟିମ୍ ପୁଣି ଆସିବ କହିଲେ ଏଏସଆଇ ଏଡିଜି । ତେବେ ସୁଡଙ୍ଗ ଥିବା ନେଇ କୌଣସି ଲକ୍ଷଣ ଦେଖିପାରିଲୁ ନାହିଁ କହିଲେ ଏଡିଜି । ଆଜିର ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ôଚ ପାରିଲୁନି କହିଲେ ଜଷ୍ଟିସ ରଥ । ରାଡାର ସର୍ଭେ ପରେ ଚୂଡାନ୍ତ ରିପୋର୍ଟ ମିଳିବ କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking