21.1 C
Bhubaneswar
Thursday, December 18, 2025
Homeଓଡିଶାନାବାଳିକାଙ୍କ ମୃତ ଦେହ ଉଦ୍ଧାର

ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଉପକଣ୍ଠରେ ଥିବା ଏକ ଟାୱାର ତଳୁ ଜଣେ ୧୦ ବର୍ଷୀୟା ନାବାଳିକାଙ୍କ ଶବ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡଗ ସ୍କୁଆଡ୍ ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି। ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର ୩ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି। ଆଜି ସକାଳୁ ନବରଙ୍ଗପୁର ଏଏସପି, ସଡିପିଓ, ଆଇଆଇସି ଓ ତହସିଲଦାର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଡଗ ସ୍କୁଆଡ୍ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ଏଣେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଘଟଣା ସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଦୋଷୀଙ୍କୁ ନ ଧରିବା ପର୍ଯ୍ୟନ୍ତ ଶବ ଉଠାଇବାକୁ ଦିଆଯିବନି ବୋଲି ଗ୍ରାମବାସୀ ଦାବି କରି ରାସ୍ତା ଅବରୋଧ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking