28.1 C
Bhubaneswar
Thursday, September 19, 2024
Homeଓଡିଶାପୋଲିସ - ସେନା ଅଧିକାରୀ ବିବାଦ : ବଡ଼ ବଡ଼ିଆଙ୍କୁ କ’ଣ ମାଫ୍‌

ପୋଲିସ – ସେନା ଅଧିକାରୀ ବିବାଦ : ବଡ଼ ବଡ଼ିଆଙ୍କୁ କ’ଣ ମାଫ୍‌

ଭୁବନେଶ୍ୱର : ପୋଲିସ ଓ ସାମରିକ କର୍ମଚାରୀଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ଏହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ଘଟଣାକୁ ନେଇ ପୋଲିସ ଆଡକୁ ଅଧିକ ଅଙ୍ଗୁଳି ନିର୍ଦ୍ଦେଶ ଆସୁଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ବଦଳୀ କରାଯାଇ ସସ୍‌ପେଣ୍ଡ କରାଯାଇଛି । ଭରତପୁର ହେଉଛି ବିଭାଗର ଏକ ଆଦର୍ଶ ଥାନା ଭାବେ ପରିଗଣିତ । ଯେଉଁ ଘଟଣା ଘଟିଛି ତାହା ସେ ଥାନାରେ ଘଟିବା ଆଦୌ ସ୍ପୃରଣୀୟ ନୁହେଁ । କିନ୍ତୁ ଘଟଣା ଘଟିଯାଇଛି ଏଥପାଇଁ ଯିଏ ସଂପୃକ୍ତ ନିଲମ୍ବିତ ପୋଲିସ କର୍ମଚାରୀ ମାନେ ଦାୟୀ ତାହାକୁ ଧରିନେବା ଠିକ୍ ହେବ ନାହିଁ । ଏଥିପାଇଁ ସରକାର ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶକ୍ୟ କାରଣ ଏହି ଘଟଣା ପଛରେ ବଡ ପ୍ରମାଣ ଯାହା ରହିବା କଥା ତାହା ରଖା ଯାଇପାରିନାହିଁ ଏହା ହେଉଛି ଥାନାର ସିସିଟିଭି ତେଣୁ ଉପରିସ୍ଥ ଅଧିକାରୀମାନଙ୍କୁ ହିଁ ଦାୟୀ କରାଯିବା ଆବଶ୍ୟକ ।

୨୪ ବର୍ଷର ବିଜେଡି ସରକାର ଯିବା ପରେ ୧୦୦ ଦିନ ହେବ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି । ବିଭିନ୍ନ କ୍ଷେତ୍ରରେ ସରକାର ଝୁଣ୍ଟି ଚାଲିଛନ୍ତି । ପ୍ରଶାସନିକ ଦକ୍ଷତା ଓ ଅଭିଜ୍ଞତା ନଥିବାରୁ ଏପରି ହେଉଛି ଘଟଣାମାନ ଘଟିଚାଲିଛି । ଯାହା ଉପରେ ସରକାର ଏଯାଏଁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାଁନ୍ତି । ରଥରୁ ଠାକୁର ପଡିବା , ରାଜ୍ୟପାଳଙ୍କ ପୁଅ ଜଣେ କର୍ମଚାରୀଙ୍କୁ ମରଣାନ୍ତକ ମାଡ ମାରିବା ଠୁ ଆରମ୍ଭ କରି ଯେଉଁସବୁ ସ୍ପର୍ସକାତର ଘଟଣାମାନ ଘଟି ଚାଲିଛି ସେ ଦିଗରେ କୌଣସି ଆଖିଦୃଶ୍ୟା ପଦେକ୍ଷପ ନେବାତ ଦୂରର କଥା ଚପେଇ ଦିଆଯାଉଛି । ଅଫିସରଙ୍କୁ ଖାଲି ବଦଳି କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ ବିଜେଡି ସମୟର ମନଭାବ ଦୂର କରି ଅଧିକାରୀଙ୍କ ମନରେ ଭୟ ସୃଷ୍ଟି କଲା ଭଳି ପଦକ୍ଷେପ ନିଆଯିବା ଜରୁରୀ ବୋଲି ଅନେକ ମତ ଦେଉଛନ୍ତି । ଭିଜିଲାନ୍ସ ଏବେ ଦୈନିକ ବିଭିନ୍ନ ଶ୍ରେଣୀର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଉଛି ହେଲେ ଜଣେ ହେଲେ ଆଇଏଏସ କିମ୍ବା ଆଇପିଏସଙ୍କ ପାଖରେ ପହଞ୍ଚିନାହିଁ । ସତେ ଯେପରି ସେମାନଙ୍କ ମଧ୍ୟରେ କେହି ଜଣେ ଅସାଧୁ ଅଫିସର ନାହାଁନ୍ତି ବୋଲି ଏକ ଧାରଣା ଦିଆଯାଉଥିବା ଅନେକ ମତ ଦେଉଛନ୍ତି ।

ମୂଳ ପ୍ରସଙ୍ଗକୁ ଆସିବା । ଭରତପୁର ଥାନାରେ ଯାହା ଘଟିଲା ସେଥିପାଇଁ ଉପରିସ୍ଥ ଅଧିକାରୀ କାହିଁକି ଦାୟୀ ହେବେ ନାହିଁ ଏନେଇ ବର୍ତ୍ତମାନ ଲୋକଙ୍କ ମନରେ ପଶ୍ନ ଉଠୁଛି । ଭରତପୁର ଥାନାରେ ଯାହା ଘଟିଲା ତାହାର ସଂପୂର୍ଣ୍ଣ ନିରପକ୍ଷ ତଦନ୍ତ ଯେ ହେଇପାରିବ ଏହା ସନ୍ଦେହ କାରଣ ଉଭୟ ପକ୍ଷ ଯେଉଁ ମତ ରଖିବେ ତାକୁ ନେଇ ନିଷ୍ପତ୍ତି ନେବାକୁ ପଡିବ । ସେମାନଙ୍କ ଭିତରେ କିଏ କେତେ ସତ କହୁଛି ତାହା ଜାଣିବା ପାଇଁ ନାର୍କୋଟେଷ୍ଟ ଏହି ଘଟଣାରେ କରିବା ହୁଏତ ସମ୍ଭବ ହେବ ନାହିଁ । ଏସବୁ ଠାରୁ ବଡ ପ୍ରମାଣ ଯାହା ବର୍ତ୍ତମାନ ରହିବା କଥା ଏବଂ ଯାହାକୁ ଗୁରୁତ୍ୱ ଦିଆଯାଉଛି ତାହା ହେଉଛି ସିସିଟିଭି । ଭରତପୁର ଏକ ଆଦର୍ଶ ଥାନା ହୋଇଥିଲେ ବି ସେଠାରେ ସିସିଟିଭି ଅଚଳ ରହିଛି । ଏହା ଏକ ସାଙ୍ଘାତିକ ଘଟଣା । ଏକ ଆଦର୍ଶ ଥାନାରେ ସିସିଟିଭି ନଥିବା ବା କାମ କରୁନଥିବା କେତେ ଦୂର ଗ୍ରହଣ ଯୋଗ୍ୟ ତାହା ହେଉଛି ମୋର ପ୍ରଶ୍ନ । ସେଠାରେ ଏସି କାମ କରୁଛି, ଫ୍ୟାନ କାମ କରୁଛି , ଅନ୍ୟାନ ଆନୁସଙ୍ଗିକ ସୁବିଧା ରହିଛି ହେଲେ ଥାନା ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ଜଗିବା ପାଇଁ ଯେଉଁ ସିସିଟିଭି ରହିବା କଥା ତାହା ନଥିବା କେତେଦୂର ଗ୍ରହଣ ଯାଗ୍ୟ । ଥାନା ହେଲା ବେଳେ ସବୁ ପ୍ରକାରର ଆନୁସଙ୍ଗିକ ସୁବିଧା ଥିଲା ଏହା ଭିତରେ ଯଦି ସିସିଟିଭି ଖରାପ ହୋଇଛି ତେବେ ହୁଏତ ଜାଣିଶୁଣି ଖରାପ କରି ଦିଆଯାଇଛି କିମ୍ବା ଖରାପ ହେବା ପରେ ଏହାର ସୁଯୋଗ ନେବା ପାଇଁ ମରାମତି କରାଯାଇନାହିଁ । କେବଳ ଆଦର୍ଶ ଥାନା ନୁହେଁ ସବୁ ଥାନାରେ ବିଶେଷ କରି ପୋଲିସର କାର୍ଯ୍ୟକୁ ଯଗିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏଣୁ କୋର୍ଟଙ୍କ ଆଦେଶ ଅବମାନନା କରିଥିବାରୁ ଉପରିସ୍ଥ ଅଧିକାରୀ ବି ଦଣ୍ଡ ବିଧାନ ପରିସରକୁ ଅସୁଛନ୍ତି ।

କଟକ ଭୁବନେଶ୍ୱର ଦୈତ ନଗରୀ ହେବା ପରେ କମିଶରେଟ ପୋଲିସ ଗଠନ କରାଯାଇଛି ଦୁଇ ସହର ପାଇଁ ଜଣେ କମିଶନର ରହିଛନ୍ତି, ଅତିରିକ୍ତ କମିଶନର ଅଛନ୍ତି , ଡିସିପି ଅଛନ୍ତି , ଏସିପି ଅଛନ୍ତି ଏମାନଙ୍କ କାର୍ଯ୍ୟ ହେଉଛି କେଉଁ ଥାନାରେ କଣ ଘଟଣା ଘଟୁଛି ସାଧାରଣ ଲୋକେ ନ୍ୟାୟ ପାଇପାରୁଛନ୍ତି କି ନାହିଁ ଏ ସବୁକୁ ତଦାରଖ କରିବା । ଏଣୁ ଥାନାରେ ଯେତୋବେଳେ ସିସିଟିଭି ନାହିଁ ଏଥିରୁ ଜଣାପଡୁଛି ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ କିପରି ଜାଣିପାରିଲେ ନାହିଁ । ସେହି ଥାନା ତଦାରଖ ଦାୟିତ୍ୱରେ ଥିବା ଏସିପି, ଡିସିପି , ଅତିରିକ୍ତ କମିଶନର ଓ କମିଶନର କେହି ଥାନା ତଦାରଖ କରିବା ପାଇଁ ଯାଉ ନାହାଁନ୍ତି କିମ୍ବା ଗଲେ କେବଳ ଲୋକଦେଖାଣିଆ ଭାବେ ବୁଲିବାଲି ଚାଲିଆସୁଛନ୍ତି । ପୋଲିସର କଣ୍ଟ୍ରୋଲ ରୁମ ମଧ୍ୟ ରହିଛି । କେଉଁ ଥାନାରେ କେଉଁ ଘଟଣା ଘଟୁଛି ତାକୁ ଯାଞ୍ଚ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାର ବ୍ୟବସ୍ଥା ରହିଛି ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା ରହିଛି । କେଉଁ ଥାନାରେ ସିସିଟିଭି ଅଚଳ ରହିଛି କିମ୍ବା କିଛି ଅସୁବିଧା ଯୋଗୁ ଅସୁନି ତାହା କଣ୍ଟ୍ରୋଲ ରୁମ ଜାଣିପାରିବ । ଏଣୁ ଏସବୁ କ୍ଷେତ୍ରରେ ଅବହେଳା ଘଟିଥିବା ସ୍ପଷ୍ଟ ପ୍ରମାଣିତ ।

ସିସିଟିଭି ଥିଲେ ପୋଲିସ ଯାହା କହୁଛି ଓ ସଂପୃକ୍ତ ମେଜର ଓ ତାଙ୍କ ବାନ୍ଧବୀ ଯାହା କହୁଛନ୍ତି ତାହା ପଛରେ ସତ୍ୟତା କେତେ ସ୍ପଷ୍ଟ ଜଣାପଡି ଯାଇଥାନ୍ତା । ପ୍ରମାଣ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା ହୋଇନଥାନ୍ତା । ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କୁ ଏହି ଘଟଣାକୁ ନେଇ ରାଜରାସ୍ତାକୁ ଆସିବାକୁ ପଡିନଥାନ୍ତା । ଏ କ୍ଷେତ୍ରରେ ସରକାର ଚୁପ ହୋଇ ବସିଲେ ଓ ଉପରିସ୍ଥ ଅଧିକାରୀଙ୍କୁ ଛାଡ କରିଦେଲେ ପୋଲିସ ଶାସନ ଅଧିକ ହୁଗୁଳା ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କୁ ଏହାର ବହୁମୂଲ୍ୟ ଦେବାକୁ ପଡିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking