28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଅଫିସ୍‌ରେ ବ୍ରେକ୍ ସମୟରେ ରଖନ୍ତୁ ଶାରୀରିକ ସମ୍ପର୍କ : ପୁଟିନ

ଅଫିସ୍‌ରେ ବ୍ରେକ୍ ସମୟରେ ରଖନ୍ତୁ ଶାରୀରିକ ସମ୍ପର୍କ : ପୁଟିନ

ମସ୍କୋ: ଅଫିସ୍‌ରେ ବି ରଖନ୍ତୁ ଶାରୀରିକ ସମ୍ପର୍କ । ରୁଷ୍‌ରେ ଜନ୍ମହାର ହ୍ରାସ ଯୋଗୁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନିଜ ଦେଶବାସୀଙ୍କୁ ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାଜନକ ବିଷୟ ହୋଇଛି । ଏଭଳି ସ୍ଥିତିରେ ରୁଷ୍ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାର ସେଠାକାର ଲୋକମାନଙ୍କୁ ଅଫିସ୍‌ରେ ଲଞ୍ଚ୍ ଆୱାର୍ ଏବଂ କଫି ବ୍ରେକ୍ ସମୟରେ ସେକ୍ସ କରିବାକୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ମୁତାବକ, ରୁଷ୍‌ର ପ୍ରଜନନ ହାର ପୂର୍ବହାର ୨.୧ରୁ ଖସି ପ୍ରତି ମହିଳା ହାରାହାରି ୧.୫ ପିଲା ହୋଇଯାଇଛି , ଯାହାପରେ ପୁଟିନ ଦେଶବାସୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ରୁଷ୍‌ରେ ପ୍ରତି ମହିଳା ହାରାହାରି ୧.୫ ପିଲା ଅଛନ୍ତି, ଯାହାକି ଜନସଂଖ୍ୟା ସ୍ଥିରତା ପାଇଁ ଆବଶ୍ୟକ ୨.୧ ହାରରୁ ଯଥେଷ୍ଟ କମ୍ । ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଯୋଗୁ ଦେଶର ଜନସଂଖ୍ୟା ହ୍ରାସ ପାଇଛି । ୧୦ ଲକ୍ଷରୁ ଅଧିକ ଲୋକ ପଳାୟନ କରିଥିବା ବେଳେ ଏଥିରେ ଅଧିକାଂଶ ଯୁବଗୋଷ୍ଠୀ ରହିଛନ୍ତି । ପୁଟିନ କହିଛନ୍ତି, ‘ରୁଷ୍‌ବାସୀଙ୍କ ସଂରକ୍ଷଣ ଆମର ସର୍ବୋଚ୍ଚ ରାଷ୍ଟ୍ରୀୟ ପ୍ରାଥମିକତା । ଆମ ମଧ୍ୟରୁ କେତେଜଣ ଲୋକ ଏଠାରେ ରହିବେ, ତାହା ଉପରେ ରୁଷ୍‌ର ଭାଗ୍ୟ ନିର୍ଭର କରେ । ଏହା ରାଷ୍ଟ୍ରୀୟ ମହତ୍ତ୍ୱର ପ୍ରଶ୍ନ’ । ସେହିପରି ରୁଷୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ୟେଭଗେନି ଶେସତୋପାଲୋଭ କହିଛନ୍ତି, ‘କାମରେ ବହୁତ ବ୍ୟସ୍ତ ରହିବା କୌଣସି ବୌଧ କାରଣ ନୁହେଁ, ବରଂ ଏକ ବେକାର ବାହାନା । ଆପଣ ବ୍ରେକ୍ ସମୟରେ ଶାରୀରିକ ସମ୍ପର୍କ ରଖିପାରିବେ । କାରଣ, ଜୀବନ ବହୁତ ଦ୍ରୁତ ଗତିରେ ବିତିଯାଉଛି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking