31.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶକେରଳରେ ମାଡ଼ି ଚାଲିଛି ନିପା ଭାଇରସ

କେରଳରେ ମାଡ଼ି ଚାଲିଛି ନିପା ଭାଇରସ

କେରଳ : କେରଳରେ ମାଡ଼ି ଚାଲିଛି ନିପା ଭାଇରସ । ରାଜ୍ୟର ମଲପ୍ପୁରମ୍ ଜିଲ୍ଲାରେ ନିପା ମୃତ୍ୟୁ ପରେ ଭାଇରସ୍ ସଂସ୍ପର୍ଶରେ ଆସିଥିବା ୧୭୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୧୨୬ ଜଣଙ୍କୁ ପ୍ରାଥମିକ ତାଲିକାରେ ରଖାଯାଇଥିବା ବେଳେ ୪୯ ଜଣଙ୍କୁ ଦ୍ୱିତୀୟ ତାଲିକାରେ ରଖାଯାଇଛି । ଏମାନଙ୍କ ଭିତରୁ ୭୪ ଜଣ ଅଛନ୍ତି ସ୍ୱାସ୍ଥ୍ୟକର୍ମୀ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜଙ୍କ ସୂଚନା ମୁତାବକ, ରୋଗୀଙ୍କ ସଂସ୍ପର୍ଶରେ ଆସିବା କାରଣରୁ ୧୦୪ ଜଣ ହାଇ-ରିସ୍କରେ ରହିଛନ୍ତି । ୧୦ ଜଣ ଲୋକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ୧୩ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ରିପୋର୍ଟ ଆସିବା ବାକି ଅଛି । ଗତ ୯ ତାରିଖରେ ୨୪ ବର୍ଷୀୟ ଯୁବକଙ୍କ ନିପାରେ ମୃତ୍ୟୁ ପରଠାରୁ ଭାଇରସ୍‌ର ପ୍ରକୋପ ବଢ଼ିବାରେ ଲାଗିଛି । କେରଳରେ ନିପା ଭାଇରସ୍‌ରେ ଏହା ହେଉଛି ଚଳିତ ବର୍ଷର ଦ୍ୱିତୀୟ ମୃତ୍ୟୁ ମାମଲା । ରାଜ୍ୟରେ ଗତ ଜୁଲାଇ ୨୧ରେ ଭାଇରସ୍‌ରେ ପ୍ରଥମ ମୃତ୍ୟୁ ହୋଇଥିଲା । ୨୦୧୮ ପରଠାରୁ କେରଳ ନିପା ଭାଇରସ୍‌କୁ ସାମ୍ନା କରିଆସୁଛି ।

ଏହି କାରଣରୁ ସମଗ୍ର ରାଜ୍ୟରେ ସତର୍କତା ବଢ଼ାଇ ଦିଆଯାଇଛି । ମଲପ୍ପୁରମ୍ ଜିଲ୍ଲାର ୫ଟି ୱାର୍ଡରେ କଡ଼ା ନିୟନ୍ତ୍ରଣ ଉପାୟ ଲାଗୁ କରାଯାଇଛି । ଏହି ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଠାରେ ସମସ୍ତ ଦୋକାନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ସିନେମା ହଲ୍‌, ସ୍କୁଲ, କଲେଜ, ମଦ୍ରାସା, ଅଙ୍ଗନୱାଡ଼ି ଏବଂ ଟ୍ୟୁସନ ସେଣ୍ଟର ଭଳି ସାର୍ବଜନିକ ସ୍ଥାନ ମଧ୍ୟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking