28.1 C
Bhubaneswar
Friday, September 20, 2024
Homeଓଡିଶାଟ୍ରାଫିକ କଟକଣା ଲାଗୁ ; କେଉଁ ରୁଟ୍‌ରେ ଯିବେ ଜାଣନ୍ତୁ

ଟ୍ରାଫିକ କଟକଣା ଲାଗୁ ; କେଉଁ ରୁଟ୍‌ରେ ଯିବେ ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଲାଗୁ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଟ୍ରାଫିକ କଟକଣା ଜାରି କରିଛି । ସକାଳ ୭ଟା୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ । ନଚେତ ଶିଖରଚଣ୍ଡୀ – ପଥରଗାଡିଆ – ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ- ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ। କଟକ ପଟୁ ଆସୁଥିବା ଗାଡି ଏନଏଚ -୩୧୬ ଦେଇ ଭୁବନେଶ୍ବର ଆସି ପାରିବେ କିମ୍ବା ନନ୍ଦନକାନନ ରାସ୍ତାରେ ଆସିପାରିବେ । ବେହେରା ସାହି ପଟୁ ଜୟଦେବ ବିହାର ଆଡକୁ ଯାଉଥିବା ଗାଡି ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ । ବରମୁଣ୍ଡା ପଟୁ ଆସୁଥିବା ଗାଡି କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାର ଠାରୁ ସର୍ଭିସ ରାସ୍ତାରେ ଗାଡ଼ି ଜୟଦେବ ବିହାର ଆଡକୁ ଯିବନି । ସେହିପରି ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking