26.1 C
Bhubaneswar
Wednesday, December 17, 2025
Homeଓଡିଶା“ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ଶିକ୍ଷକ ସମାଜ ଅଗ୍ରଣୀ ଭୂମିକା...

“ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ଶିକ୍ଷକ ସମାଜ ଅଗ୍ରଣୀ ଭୂମିକା ନିର୍ବାହ କରିବେ: ଲକ୍ଷ୍ମୀକାନ୍ତ ମିଶ୍ର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଶିକ୍ଷକ ପ୍ରକୋଷ୍ଠ, ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଗତ ତା-୧୫.୦୯.୨୦୨୪ରିଖରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସେହି କର୍ମଶାଳାରେ ରାଜ୍ୟ ସଦସ୍ୟତା ଅଭିଯାନର ସହପ୍ରଭାରୀ ଶ୍ରୀଯୁକ୍ତ ଅଶୋକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଦସ୍ୟତା ଅଭିଯାନର ବିଭିନ୍ନ ବିନ୍ଦୁ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ସମାଜ ବିକଶିତ ଓଡିଶା ତଥା ପୂର୍ବୋଦୟର କର୍ଣ୍ଣଧାର ଅଟନ୍ତି ବୋଲି ମତ ରଖିଥିଲେ । “ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ଶିକ୍ଷକ ସମାଜ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ୫୦ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କୁ ସଦସ୍ୟତା ଅଭିଯାନରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ସତ୍ରରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଓଡିଶା ପ୍ରଦେଶର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, କର୍ମଶାଳା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ସଂଯୋଜକ ଓ ସହସଂଯୋଜକଙ୍କ ସହ ଆଲୋଚନା କରିଥିଲେ । ଓଡିଶା ବିଜେପି ସରକାର ଏକ ଜନମଙ୍ଗଳକାରୀ ସରକାର । ଏହି ସରକାର ଶିକ୍ଷକ ସମାଜ ତଥା ଶିକ୍ଷାର ବିକାଶ ପାଇଁ ଅତ୍ୟନ୍ତ ଯତ୍ନବାନ ଅଟନ୍ତି ବୋଲି ମତ ରଖିଥିଲେ । ଏହି କର୍ମଶାଳାରେ ରାଜ୍ୟ ଶିକ୍ଷକ ପ୍ରକୋଷ୍ଠ ସହସଂଯୋଜକ ଶ୍ରୀଯୁକ୍ତ ଜଗବନ୍ଧୁ ମିଶ୍ର, ଗୋଲକ ବିହାରୀ ଗିରି, ବୈଷୟିକ ଶିକ୍ଷକ ସମାଜ ସହସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ ମହାପାତ୍ର, ଶ୍ରୀଯୁକ୍ତ ଶରତ ଶେଖର ଦେଓ ଓ ବହୁ ପୂର୍ବତନ ଅଧ୍ୟକ୍ଷ, ଅଧ୍ୟାପକ, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଯୋଗଦେଇ କର୍ମଶାଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking