28.9 C
Bhubaneswar
Monday, June 29, 2026
Homeଓଡିଶା୧ ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା : ପ୍ରଭାତୀ

୧ ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା : ପ୍ରଭାତୀ

ଭୁବନେଶ୍ୱର : ୧ ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା ଯୋଜନାର ଟଙ୍କା । ଏକ ଟଙ୍କା ଆକାଉଣ୍ଟ ଚେକ୍ ପାଇଁ ଯାଇଛି ତେଣୁ ଯେଉଁମାନେ ୧ ଟଙ୍କା ପାଇ ନାହାନ୍ତି, ସେମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ନହେବା ଯାଏଁ ଚାଲିବ ପଞ୍ଜୀକରଣ। ଗତକାଲି ସୁଦ୍ଧା ୬୫ ଲକ୍ଷରେ ପହଞ୍ଚି ସାରିଲାଣି ସୁଭଦ୍ରା ପଞ୍ଜୀକରଣ । ୧୭ ତାରିଖରେ ପ୍ରଥମ କିସ୍ତି ପାଇବେ ହିତାଧିକାରୀ ମହିଳା। ୧୭ ପରେ ଯେଉଁମାନେ ପଞ୍ଜୀକରଣ କରିବେ ସେମାନେ ତା ପରବର୍ତ୍ତୀ ସମୟରେ ୧୭ର ପ୍ରଥମ କିସ୍ତିର ପଇସା ହିଁ ପାଇବେ । ୧ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ପ୍ରଥମ କିସ୍ତି ପାଇବେ । କେହି ବଞ୍ଚିତ ହେବେ ନାହିଁ । ନଭେମ୍ବର ମାସରେ ବି ପଞ୍ଜୀକରଣ କଲେ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ । ସୁଭଦ୍ରା ଯୋଜନାର ସହାୟତା ରାଶି ସମସ୍ତଙ୍କୁ ସହଜ ଓ ସରଳ ଭାବେ ପହଞ୍ଚିବ । କେହି ବ୍ୟସ୍ତ, ବିବ୍ରତ, ଭ୍ରାମିତ ହୁଅନ୍ତୁ ନାହିଁ କି ଠକେଇର ଶିକାର ହୁଅନ୍ତୁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking