27 C
Bhubaneswar
Sunday, April 12, 2026
Homeଓଡିଶାଇସ୍ରାଏଲ ଉପରେ ରକେଟ୍‌ ବର୍ଷା

ଇସ୍ରାଏଲ ଉପରେ ରକେଟ୍‌ ବର୍ଷା

ତେଲ୍‌ ଅଭିଭ୍‌ : ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ବଡ଼ ଯୋଜନା କରୁଛି। ଇରାନଠାରୁ ସିଧାସଳଖ ସାମରିକ ସହାୟତା ହାତେଇ ଥିବା ହେଜବୁଲ୍ଲା ଆଜି ଲେବାନନ୍‌ ଓ ୟେମେନରୁ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ମାଡ଼ କରିଛି। ତେଲ ଅଭିଭ୍‌ ସମେତ କେନ୍ଦ୍ରୀୟ ଇସ୍ରାଏଲ ଉପରେ ରବିବାର ସକାଳେ ବଡ଼ ଧରଣର ରକେଟ୍ ଆକ୍ରମଣ ହୋଇଛି। ତେବେ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍‌ ଡୋମ ଅଧିକାଂଶ ରକେଟ୍‌କୁ ଧ୍ବସ୍ତ କରିବାରେ ସକ୍ଷମ ହୋଇଥିବାରୁ ବଡ଼ ବିପର୍ଯ୍ୟୟ ଟଳିଯାଇଛି। ଆଜି ସକାଳେ ଆକ୍ରମଣ ଆରମ୍ଭ ହେବାମାତ୍ରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବାରୁ ଲୋକେ ସୁରକ୍ଷିତ ଆଶ୍ରୟସ୍ଥଳକୁ ଦୌଡ଼ିଥିଲେ ଏବଂ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ରିପୋର୍ଟ କରିଛି ଯେ ଆଇରନ୍ ଡୋମ୍ ଏୟାର ଡିଫେନ୍ସ ସିଷ୍ଟମ ବହୁ ସଂଖ୍ୟକ ରକେଟ୍‌କୁ ଅଟକାଇବାରେ ସକ୍ଷମ ହୋଇଥିଲେ। ତେବେ କେତେକ ରକେଟ୍‌ ପ୍ରବେଶ କରିବାରେ ସଫଳ ହୋଇଥିବାରୁ କେନ୍ଦ୍ରୀୟ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ପ୍ରକାଶ କରାଯାଇ ନଥିବା ବେଳେ ଜରୁରୀକାଳୀନ ସେବା ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଥିବା ସୂଚନା ଦିଆଯାଇଛି। ଏହି ରକେଟ୍ ଆକ୍ରମଣ କେବଳ ସାମରିକ ଉତ୍ତେଜନା ନୁହେଁ ବରଂ ଇସ୍ରାଏଲକୁ ଦୋହଲାଇ ଦେବାପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking