35.1 C
Bhubaneswar
Monday, June 1, 2026
Homeଦେଶ ବିଦେଶମ୍ୟାଁମାର୍‌ରେ ଟାଇଫୁନ୍‌ ୟାଗି ବିତ୍ପାତ: ୭୪ ମୃତ, ୮୯ ନିଖୋଜ

ମ୍ୟାଁମାର୍‌ରେ ଟାଇଫୁନ୍‌ ୟାଗି ବିତ୍ପାତ: ୭୪ ମୃତ, ୮୯ ନିଖୋଜ

ରେଙ୍ଗୁନ୍‌: ଦକ୍ଷିଣ ଚୀନ, ଭିଏତନାମ, ଉତ୍ତର ଥାଇଲାଣ୍ଡରେ  ଧ୍ବଂସଲୀଳା ରଚାଇବା ପରେ ଟାଇଫୁନ୍‌ ୟାଗି  ମ୍ୟାମାରରେ ଭୀଷଣ ପ୍ରଭାବ ଦେଖାଇଛି। ଗତକାଲି ମ୍ୟାମାରରେ ବର୍ଷା ଓ ବାତ୍ୟା ବିତ୍ପାତରେ ୭୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୯ଜଣ ନିଖୋଜ ଥିବା ଜଣାଯାଇଛି। ମ୍ୟାଁମାର୍‌ ସରକାରୀ ଗଣମାଧ୍ୟମରେ ପ୍ରକାଶିତ ସୂଚନାନୁସା‌ରେ, ଟାଇଫୁନ୍‌ ୟାଗି ଯୋଗୁଁ ପ୍ରାୟ ୨ଲକ୍ଷ ୪୦ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ମଧ୍ୟ ମ୍ୟାମାରର ମାଣ୍ଡାଲେ, ବାଗୋ, ପୂର୍ବ ସାନ୍‌ ରାଜ୍ୟ ଏବଂ ଦେଶର ରାଜଧାନୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷାଯୋଗୁଁ ବୁଧବାର ଠାରୁ ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ଶନିବାର ବନ୍ୟା ଓ ଭୂସ୍ଖଳନରେ ବିଭିନ୍ନ ସ୍ଥାନରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏହା ୭୪କୁ ବୃଦ୍ଧି ପାଇଛି। ବହୁତ ବଡ଼ ବିପର୍ଯ୍ୟୟ ଘଟିଥିବାରୁ ମୃତ ଓ ନିଖୋଜଙ୍କ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି।  ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାରେ, ୨୪ଟି ପୋଲ, ୩୭୫ଟି ସ୍କୁଲ ଘର, ଗୋଟିଏ ବୌଦ୍ଧ ମନ୍ଦିର, ୫ଟି ଜଳବନ୍ଧ, ୬ଟି ପାଗୋଡ଼ା, ବହୁ ସଂଖ୍ୟାରେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଓ ୬୫ ହଜାର ଘର   କ୍ଷତିଗ୍ରସ୍ତ ହୋଇଛି।  ଦେଶର ଶାସନ ଭାର ନେଇଥିବା ସେନା ପରିଷଦର ବରିଷ୍ଠ ସେନାଧିକାରୀ ଜେନେରାଲ୍‌ ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌ ଏହି ବିପର୍ଯ୍ୟୟରେ ବିଦେଶୀ ରାଷ୍ଟ୍ରଙ୍କ ସହାୟତା ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ସାଇକ୍ଲୋନ୍‌ ନର୍ଗିସ୍‌ ପ୍ରଭାବରେ ମ୍ୟାମାରରେ ୧ଲକ୍ଷ ୩୮ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking