28.1 C
Bhubaneswar
Thursday, September 19, 2024
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଧାନୀରେ ଜଗିବେ ୮୧ପ୍ଲାଟୁନ ଫୋର୍ସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଧାନୀରେ ଜଗିବେ ୮୧ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତା ୧୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ହେବାକୁ ଥିବା କାର୍ୟ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ମହିଳାଙ୍କ ସମାଗମ ଦୃଷ୍ଟିରୁ ପର୍ୟ୍ୟାପ୍ତ ମହିଳା ଅଫିସର ନିୟୋଜନ ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।ଏନେଇ ପୋଲିସ କମିଶନର କହିଛନ୍ତି, ‘ଦୁଇଟି କାର୍ୟ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ଗାଢକଣରେ । ଅନ୍ୟଟି ସୁଭଦ୍ରା ସ୍କିମ ଓ ଅନ୍ୟ ସ୍କିମର କାର୍ୟକ୍ରମରେ ଯୋଗଦେବେ ଜନତା ମଇଦାନରେ । ଏୟାରପୋର୍ଟରୁ ଗାଢକଣ ଓ ଜନତା ମଇଦାନ ପର୍ୟ୍ୟନ୍ତ ସୁରକ୍ଷା ଓ ଗାର୍ଡ ଗୁରୁ ଦାୟିତ୍ବ ରହିଛି ଆମର । ତେଣୁ ଏୟାରପୋର୍ଟରୁ ୧୨କିମି ରୁଟ ରହିଛି ଏନେଇ ବିଭିନ୍ନ ସେକ୍ଟର କରାଯାଇଛି । ଏଥିପାଇଁ ରୁଟ ଲାଇନ ଦାୟିତ୍ଵରେ ଆଇଜି ସଫିନ ଅହମ୍ମଦ କେ ଓ ଜୟନାରାୟଣ ପଙ୍କଜ ରହିବେ ସେହିପରି ଜନତା ମଇଦାନର ଦାୟିତ୍ବରେ ଆଇଜି ପର୍ସନେଲ ପ୍ରବୀଣ କୁମାର ଦାୟିତ୍ବରେ ରହିବେ । ଏନେଇ ବୁକ୍ ଅନୁସାରେ ଏନଏସଜି ସହ ଆଲୋଚନା କରି ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନତା ମଇଦାନରେ ମହିଳାଙ୍କ ସାମଗମକୁ ଦୃଷ୍ଟିରେ ରଖି ଅଧିକ ମହିଳା ଅଫିସର ଓ ଅଧିକ ଫୋର୍ସ ମଧ୍ୟ ନିୟୋଜିତ ପାଇଁ ବ୍ୟବସ୍ଥା କରିଛୁ ।’
ଏନେଇ ୧୧ଜଣ ଡିସିପି ସହ ୨୨ଜଣ ଏଡିସିପି ଓ ୬୬ ଜଣ ଏସିପି ଓ ୧୦୦ଇନସ୍ପେକ୍ଟର ସହ ୩୦୦ ଅଫିସର ଦାୟିତ୍ବରେ ରହିବେ। ୮୧ପ୍ଲାଟୁନ ଫୋର୍ସ ସହ ୫୦୦ ହୋମଗାର୍ଡ ମଧ୍ୟ ନିୟୋଜିତ ହେଉଛନ୍ତି । ଏସଟିୟୁ ୩ୟୁନିଟ ସହ ୨ କମ୍ପାନି ସିଆରପିଏଫ ଟିମ୍ ଓ ଓଡ୍ରାଫ ଟିମ୍ ମଧ୍ୟ ନିୟୋଜିତ ହେବେ‌ । ନୋ ଫ୍ଲାଇଙ୍ଗ ଜୋନ ଭାବେ ଘୋଷଣା କରଯାଇଛି । ଡଗସ୍କ୍ବାର୍ଡ ଓ ବମ ସ୍କାର୍ଡ ଦ୍ବାରା ରାସ୍ତା ଓ କାର୍ୟ୍ୟକ୍ରମସ୍ଥଳୀ ପର୍ୟାୟ କ୍ରମେ ଯାଞ୍ଚ କରାଯାଉଛି । ତେବେ ନିୟୋଜିତ ହେବାକୁ ଥିବା ଅଫିସରଙ୍କ ମଧ୍ୟରେ ଅଧିକାଂଶ ଲେଡି ଅଫିସର ରହିଛନ୍ତି । ଏନେଇ ବିଜୁପଟ୍ଟନାୟକ ପୋଲିସ ଏକାଡେମିରୁ ଟ୍ରେନିଂ ଲେଡି ଅଫିସର ମଧ୍ୟ ଆସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଡ୍ୟୁଟିରେ ନିୟୋଜିତ ହେବେ‌ । ଏନେଇ କିଛି ଲେଡି ଆଇପିଏସ ମଧ୍ୟ ଦାୟିତ୍ବ ଦିଆଯାଇଛି । ୧୦ଜଣ ଡିଏସପି, ୨୦ଇନସ୍ପେକ୍ଟର, ୪୦ଅଫିସର ଲେଡି ଅଫିସର ମହିଳାଙ୍କ ସମାଗମକୁ ଦୃଷ୍ଟିରେ‌ ରଖି ପରିଚାଳନା ପାଇଁ ପୋଲିସ ବନ୍ଦୋବସ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking