27.1 C
Bhubaneswar
Tuesday, March 31, 2026
Homeଓଡିଶାଆସନ୍ତାକାଲି ଛୁଟି ରହିବ ୟୁନିଭର୍ସିଟି

ଆସନ୍ତାକାଲି ଛୁଟି ରହିବ ୟୁନିଭର୍ସିଟି

ଭୁବନେଶ୍ୱର : ଆସନ୍ତାକାଲି  ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ନିମନ୍ତେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସୁଥିବାରୁ  ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୟୁନିଭର୍ସିଟିଗୁଡ଼ିକ ଛୁଟି ରହିବ। ସମସ୍ତ ସରକାରୀ, ଘରୋଇ, ଡିମ୍ ଡ ବିଶ୍ୱବିଦ୍ୟାଳୟକୁ ଏ ସଂପର୍କରେ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପୂର୍ବରୁ ବିଏମସି ଅନ୍ତର୍ଗତ ସମସ୍ତ ସ୍କୁଲ ଏବଂ କଲେଜକୁ ଦିନକ ପାଇଁ ଛୁଟି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର।ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ‘ସୁଭଦ୍ରା’ ଯୋଜନା ଉପଲକ୍ଷେ ରାଜ୍ୟ ସରକାର ଆସନ୍ତା ୧୭ତାରିଖ(ମଙ୍ଗଳବାର) ଦିନ ୨ଟା ପର୍ୟ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ୟ୍ୟନିର୍ବାହୀ)କୁ ଛୁଟି ଘୋଷଣା କରିଛନ୍ତି ।ଏଥିପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । ସରକାରୀ ଅଫିସଗୁଡ଼ିକ ମଙ୍ଗଳବାର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ କହିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଛୁଟି ରହିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking