25.1 C
Bhubaneswar
Monday, March 23, 2026
Homeଦେଶ ବିଦେଶକେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ୪୮୯୨ ଟଙ୍କା ଦେଇ କିଣିବେ ସୋୟାବିନ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ୪୮୯୨ ଟଙ୍କା ଦେଇ କିଣିବେ ସୋୟାବିନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋୟାବିନ୍ ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ମଧ୍ୟପ୍ରଦେଶରେ ସର୍ବଧିକ ଉତ୍ପାଦିତ ହେଉଥିବା ସୋୟାବିନ୍‌କୁ ଏଣିକି କ୍ୱିଣ୍ଟାଲ ପିଛା ଧାର୍ଯ୍ୟ (ସର୍ବନିମ୍ନ ସହାୟକ ମୂଲ୍ୟ) ଏମଏସ୍‌ପି ୪,୮୯୨ ଟଙ୍କାରେ କିଣିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ସୋୟାବିନ୍ ଚାଷୀମାନେ ଦିନକୁ ଦିନ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ନିର୍ଦ୍ଧାରିତ ଏମ୍‌ଏସ୍‌ପି ମୂଲ୍ୟରେ ସୋୟାବିନ୍ କିଣାଯିବା ଉଚିତ୍ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ତେବେ ରାଜ୍ୟ ସରକାରଙ୍କ ଏହି ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରି ନେଇଛନ୍ତି। ପ୍ରକାଶ, ପୂର୍ବରୁ ଏମ୍‌ଏସ୍‌ପି ତୁଳନାରେ ଅପେକ୍ଷାକୃତ କମ୍ ଦରରେ ଚାଷୀଙ୍କ ଠାରୁ ସୋୟାବିନ୍ ଖରିଦ୍ କରାଯାଉଥିଲା, ଯାହାଦ୍ୱାରା ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାକୁ (ଚାଷୀଙ୍କ ସମସ୍ୟା)କୁ ଏକ ରାଜନୈତିକ ପ୍ରସଙ୍ଗ କରିବା ପୂର୍ବକ କଂଗ୍ରେସ ପକ୍ଷରୁ କିଷାନ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ସଦ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ମଧ୍ୟପ୍ରେଦେଶ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରାଯାଇଛି ଓ ଏହାକୁ ଅନୁମତି ଦିଆଯାଇଛି। ଏମଏସ୍‌ପି ଦରରେ ଏଣିକି ଚାଷୀଙ୍କ ଠାରୁ ସୋୟାବିନ ଖରିଦ କରାଯିବ।

ଚାଷୀମାନଙ୍କ କଠିନ ପରିଶ୍ରମର ପୂରା ଦାମ ମିଳିବ ବୋଲି ସେ କହିଛନ୍ତି। ପ୍ରକାଶ, ଏହାପୂର୍ବରୁ ଏହାପୂର୍ବରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମଧ୍ୟ ସେଠାରେ ସୋୟାବିନ ଏମ୍‌ଏସ୍‌ପି ଆଧାରରେ ଖରିଦ୍ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ଦୁଇ ରାଜ୍ୟରେ ମଧ୍ୟ ଏମ୍‌ଏସ୍‌ପି ଆଧାରରେ ସୋୟାବିନ୍ କିଣିବାକୁ ଅନୁମିତି ମିଳିଥିଲା। ଏବେ ମଧ୍ୟପ୍ରଦେଶର ସୋୟାବିନ ଚାଷୀଙ୍କ ପାଇଁ ସମାନ ନିଷ୍ପତ୍ତି ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking