14.1 C
Bhubaneswar
Friday, December 19, 2025
Homeଅପରାଧଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ; ଯୁବ ରେଳ କର୍ମଚାରୀଙ୍କୁ ପିଟିପିଟି ହତ୍ୟା

ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ; ଯୁବ ରେଳ କର୍ମଚାରୀଙ୍କୁ ପିଟିପିଟି ହତ୍ୟା

ଲକ୍ଷ୍ନୌ : ଜଣେ ୧୧ବର୍ଷୀୟ ନାବାଳିକାକୁ ଚଳନ୍ତା ଟ୍ରେନ୍‌ରେ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବ ରେଲୱେ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ ଷ୍ଟେସନ୍ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ରାଜ୍ୟରେ ଚହଳ ପଡ଼ିଯାଇଛି। ବିହାରର ବରୌନୀ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୂଖେ ଯାଉଥିବା ଟ୍ରେନ୍ ନଂ ୦୨୫୬୩ ହମସଫର ଏକ୍ସପ୍ରେସରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ରେଲୱେ କର୍ମଚାରୀଙ୍କ ନାମ ପ୍ରଶାନ୍ତ କୁମାର ଏବଂ ସେ ବିହାରର ସମସ୍ତିପୁର ଅଞ୍ଚଳର ସ୍ଥାୟୀ ନାଗରିକ ବୋଲି ଜଣାପଡିଛି।
ଅଭିଯୋଗ ଅନୁସାରେ ଲକ୍ଷ୍ନୌ ଷ୍ଟେସନ୍ ନିକଟରେ ନାବାଳିକାଙ୍କ ମା’ ଶୌଚାଳୟ ଯାଇଥିବା ସମୟରେ ପ୍ରଶାନ୍ତ, ନାବାଳିକାକୁ ଖରାପ ଢ଼ଙ୍ଗରେ ଛୁଇଁବା ଆରମ୍ଭ କରିଥିଲା। ତେବେ ମା’ ଶୌଚାଳୟରୁ ଫେରିବା ପରେ ଯେତେବେଳେ ନାବାଳିକାଜଣକ ଏସମ୍ପର୍କରେ ସମସ୍ତ ଘଟଣା ତାଙ୍କ ଆଗରେ କହିଲା ସେତେବେଳେ ମହିଳାଜଣକ ପରିବାରର ଅନ୍ୟ ସଦସ୍ୟଙ୍କୁ ଡାକି ସବୁକଥା କହିଥିଲେ। ଏହାପରେ ପରିବାର ଲୋକେ ଚଳନ୍ତା ଟ୍ରେନ୍ ଭିତରେ ପ୍ରଶାନ୍ତଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ହାତରେ ଯାହା ପଡ଼ିଲା ସେଥିରେ ମାଡ଼ ମାରିଚାଲିଲେ। ଲକ୍ଷ୍ନୌ ଷ୍ଟେସନରୁ ବାହାରି ଟ୍ରେନ୍‌ଟି କାନ୍‌ପୁର ଷ୍ଟେସନ୍‌ରେ ପହଞ୍ôଚବା ପର୍ଯ୍ୟନ୍ତ (ପ୍ରାୟ ଘଣ୍ଟାଧିକ ସମୟ) ପ୍ରଶାନ୍ତଙ୍କୁ ସେମାନେ ମାଡ଼ ମାରିଥିଲେ। ତେବେ କାନ୍‌ପୁର ଷ୍ଟେସନ୍‌ରେ ପ୍ରଶାନ୍ତ ଟଳିପଡ଼ିବା ପରେ ଅନ୍ୟ ଯାତ୍ରୀମାନେ ଏହି ଘଟଣା ବିଷୟରେ ରେଲୱେ କଣ୍ଟ୍ରୋଲ୍ ରୁମକୁ ଖବର ଦେଇଥିଲେ। କାନପୁର ଷ୍ଟେସନ ଜିଆରପି ଘଟଣା ବିଷୟରେ ଖବର ପାଇ ପ୍ରଶାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ, ପୀଡ଼ିତା ନାବାଳିକା ଏବଂ ତାଙ୍କ ପୁରା ପରିବାର ଏହି ଟ୍ରେନ୍‌ର ଏକ ଏସି କୋଚ୍‌ରେ ଯାତ୍ରା କରୁଥିଲେ। ଏହି କୋଚ୍‌ରେ ପ୍ରଶାନ୍ତ ମଧ୍ୟ ସିୱାନ୍‌ରୁ ଦିଲ୍ଲୀ ଅଭିମୂଖେ ଯାତ୍ରା କରୁଥିଲେ।
ଗୋଟିଏ ପଟେ ଏହି ଘଟଣାରେ ନାବାଳିକାଙ୍କ ମାଆ ତାଙ୍କ ନାବାଳିକା ଝିଅ ସହ ଅସଦାଚରଣ ନେଇ ଅଭିଯୋଗ କରିଥିବା ବେଳେ ଅନ୍ୟପକ୍ଷେ ମୃତ ପ୍ରଶାନ୍ତଙ୍କ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ କରିଛନ୍ତି। ପ୍ରଶାନ୍ତଙ୍କ ମା’ଙ୍କ କହିବାନୁସାରେ ନିକଟରେ ତାଙ୍କ ସ୍ୱାମୀ (ପ୍ରଶାନ୍ତଙ୍କ ବାପା)ଙ୍କ ଦେହାନ୍ତ ହେବା ପରେ ତାଙ୍କ ସ୍ଥାନରେ ପୁଅ ପ୍ରଶାନ୍ତଙ୍କୁ ଥଇଥାନ ନୀତି ଅନ୍ତର୍ଗତ ରେଲୱେରେ ନିଯୁକ୍ତି ମିଳିଥିଲା। ପ୍ରଶାନ୍ତ ସେପରି ଖରାପ ପିଲା ନଥିଲେ ବୋଲି ପ୍ରଶାନ୍ତଙ୍କ ଅଞ୍ଚଳବାସୀ ପୁଲିସ୍‌କୁ ସୂଚୀତ କରିଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking