28.1 C
Bhubaneswar
Wednesday, March 4, 2026
Homeଖେଳଅଷ୍ଟ୍ରେଲୀୟ ହକି ଖେଳାଳି ଟମ୍ କ୍ରେଗ୍ ବର୍ଷେ ବାସନ୍ଦ

ଅଷ୍ଟ୍ରେଲୀୟ ହକି ଖେଳାଳି ଟମ୍ କ୍ରେଗ୍ ବର୍ଷେ ବାସନ୍ଦ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ହକି ଖେଳାଳି ଟମ୍ କ୍ରେଗ୍‌ଙ୍କୁ ୧୨ ମାସ ପାଇଁ ନିଲମ୍ବିତ କରାଯାଇଛି। ଅଷ୍ଟ୍ରେଲିଆ କ୍ରୀଡ଼ା ନିୟାମକ ସଂସ୍ଥା ଏହି ପ୍ରତିବନ୍ଧକ ଲଗାଇଛି। ପ୍ୟାରିସ୍ ଅଲିମ୍ପିକ୍ ଅବସରରେ ୨୯ ବର୍ଷୀୟ କ୍ରେଗ୍ କୋକେନ୍ କିଣିବା ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ହକି ଅଷ୍ଟ୍ରେଲିଆ ବୁଧବାର ଏକ ବୟାନ କହିଛି, ‘ପୁରୁଷ ଜାତୀୟ ହକି ଟିମ୍‌ର ଖେଳାଳି ଟମ୍ କ୍ରେଗ୍‌ଙ୍କୁ ପ୍ୟାରିସ୍ ଅଲିମ୍ପିକ୍ ୨୦୨୪ ଅବସରରେ ଗିରଫ କରାଯିବା ମାମଲାର ଯାଞ୍ଚ ପରେ ହକି ଅଷ୍ଟ୍ରେଲିଆ ଇଣ୍ଟିଗ୍ରିଟି ୟୁନିଟ୍ ତାଙ୍କୁ ୧୨ ମାସ ନିଲମ୍ବିତ କରିବା ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁସାରେ ପ୍ୟାରିସ୍ ଅଲିମ୍ପିକ୍‌ରେ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହେବାପରେ ଅଗଷ୍ଟ ୭ ତାରିଖରେ କ୍ରେଗ୍ କୋକେନ୍ କିଣିବା ପ୍ରୟାସ କରିଥିଲେ। ଏହାପରେ ବିନା ଅଭିଯୋଗରେ ତାଙ୍କୁ ମୁକ୍ତ କରାଯାଇଥିଲା। ହକି ଅଷ୍ଟ୍ରେଲିଆ କହିଛନ୍ତି କ୍ରେଗ୍ ୬ ମାସ ସମ୍ପୂର୍ଣ୍ଣ ନିଲମ୍ବିତ ରହିବେ। ବାକି ୬ ମାସର ନିଲମ୍ବନ ତାଙ୍କ ବ୍ୟବହାର ଉପରେ ନିର୍ଭର କରିବ। କ୍ରେଗ୍ ୨୦୨୫ରେ ଚୟନ ପାଇଁ ଉପଲବ୍ଧ ହେବେ। ଅଷ୍ଟ୍ରେଲିଆ ପୁରୁଷ ହକି ଟିମ୍ ପ୍ୟାରିସ୍ ଅଲିମ୍ପିକ୍‌ରେ ୬ଷ୍ଠ ସ୍ଥାନରେ ରହିଥିଲା। କ୍ୱାର୍ଟର୍ ଫାଇନାଲ୍‌ରେ ଟିମ୍ ୦-୨ରେ ନେଦରଲାଣ୍ଡ୍‌ସଠାରୁ ପରାଜିତ ହୋଇଥିଲା। ଟମ୍ କ୍ରେଗ୍ ପ୍ୟାରିସ୍ ଅଲିମ୍ପିକ୍‌ରେ ଗୋଟିଏ ଗୋଲ୍ ସ୍କୋର୍ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking