27.1 C
Bhubaneswar
Thursday, March 26, 2026
Homeଓଡିଶାଗଣେଶ ପୂଜା ଅବସରରେ ଚଳଚଞ୍ଚଳ ଯାଜପୁର

ଗଣେଶ ପୂଜା ଅବସରରେ ଚଳଚଞ୍ଚଳ ଯାଜପୁର

ଯାଜପୁର : ଗଣେଶ ପୂଜା ଅବସରରେ ଗାଁ ରୁ ସହର ହୋଇ ଉଠିଛି ଚଳ ଚଞ୍ଚଳ। ଯାଜପୁର ସହର ସମେତ ବ୍ଲକର ବିଭିନ୍ନ ପୂଜା ମଣ୍ଡପ ରେ ଗଣେଶ ପୂଜା ମହା ସମାରୋହରେ ପାଳନ କରାଯାଇଛି । ଚଳିତ ବର୍ଷ ବେଶ ଧୁମ ଧାମରେ ପୂଜା ପାଳନ କରାଯାଇଥିବା ବେଳେ ଯାଜପୁର ବ୍ଲକ ଚଇନିପୂର ପଞ୍ଚାୟତ ଅଖାଘର ସାହିରେ ଥିବା ସତ୍ୟନାରାୟଣ ଗଣେଶ ପୂଜା କମିଟି ଚଳିତ ବର୍ଷ ପାଳନ କରିଛି ୨୫ବର୍ଷ ପୂର୍ତ୍ତି ଉତ୍ସବ । ସନ୍ଧ୍ୟା ରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।କମିଟି ତରଫରୁ ପୂର୍ବତନ ସଭାପତି ଧର୍ମେନ୍ଦ୍ର ସାହୁ ଓ ବିମଳ କାନ୍ତ ମିଶ୍ର କମିଟିର ସମସ୍ତ ସଦସ୍ୟ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ପ୍ରଭୁ ସତ୍ୟନାରାୟଣ ଙ୍କ ଫଟୋ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରସିଦ୍ଧ ଅର୍କେଷ୍ଟ୍ରା “ଗୀତ ବାହାର” ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଦେଖିବାକୁ ସମାଗମ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କମିଟିର ସମସ୍ତ ସଦସ୍ୟ ସରୋଜ ସାହୁ, ଆଲୋକ ମିଶ୍ର,ଚକ୍ରଧର ସାହୁ, ପ୍ରଦୀପ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସାମିଲ ହୋଇ ସକ୍ରିୟ ସହଯୋଗ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking